ଗଣିଜାଙ୍ଗ ହାଇସ୍କୁଲରୁ ଚୋରି ଘଟଣା : ଅଭିଯୁକ୍ତ ଙ୍କ ଟେର ପାଉନି ପୋଲିସ୍

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାଳୟରୁ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।ଗତ କିଛି ଦିନ ହେଲା ଗ୍ରୀଷ୍ମ ଛୁଟି ରହିଥିବାବେଳେ ଶୁକ୍ରବାର ସ୍କୁଲ ଖୋଲିଛି । ସକାଳ ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପିଲା ମାନେ ବିଦ୍ୟାଳୟ ଆସିବା ପରେ ଦୁଇଟି ଶ୍ରେଣୀ ଗୃହର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏସଂପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ଜେନା ସ୍ଥାନୀୟ ସରପଞ୍ଚଙ୍କୁ ଖବର କରିବା ସହ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି, ଏହି ବିଦ୍ୟାଳୟରୁ ପ୍ରତିବର୍ଷ ବିଭିନ୍ନ ସମୟରେ ଚୋରି ହେଉଛି । ଚୋର ମାନେ ଶ୍ରେଣୀ ଗୃହର ତାଲା ଭାଂଗି ମଧ୍ୟାହ୍ନଭୋଜନ ସମେତ ବିଭିନ୍ନ ସାମଗ୍ରୀ ଚୋରି କରି ନେଉଛନ୍ତି । ପୂର୍ବରୁ ଦୃବୁର୍ତ୍ତ ମାନେ ତାଲା ଭାଂଗି କମ୍ପ୍ୟୁଟର ଚୋରି କରିବାକୁ ଉଦ୍ୟମ କରିଥିଲେ । ଏହି ବିଦ୍ୟାଳୟ ସମେତ ଗଣିଜାଙ୍ଗ ବଜାରରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସେପରି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ରାତ୍ରି ସମୟରେ ପୋଲିସ ପେଟୋଲିଂ କରିବାକୁ ଅଂଚଳବାସୀ ଦାବୀ କରୁଥିଲେ ମଧ୍ୟ ସେଥିପ୍ରତି ପ୍ରଶାସନ ନଜର ଦେଉନାହିଁ । ଅପରପକ୍ଷେ ଉକ୍ତ ବିଦ୍ୟାଳୟରେ ରାତ୍ରି ସମୟରେ ତାସ, ଜୁଆ ଆଦି ଖେଳ ଚାଲିଥିବା ବେଳେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ ପାଲଟିଛି । ତେବେ ଜିଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ