ଗଣେଶ ପୂଜାରେ ଉତ୍ସବ ମୁଖର ବାଲେଶ୍ୱର

ବାଲେଶ୍ୱର, (ସରୋଜ ପଣ୍ଡା):ଦୀର୍ଘ ଦୁଇବର୍ଷର କରୋନା କଟକଣା ପରେ ଅଗ୍ରପୂଜ୍ୟ ଗଣପତିଙ୍କ ପୂଜାରେ ବେଶ ଉତ୍ସବ ମୁଖର ହୋଇ ଉଠିଛି ବାଲେଶ୍ୱର ସହର । ସ୍କୁଲ କଲେଜ ପ୍ରଭୃତି ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଭଳି ବିଭିନ୍ନ କ୍ଲବ ପକ୍ଷରୁ ହୋଇଥିବା ପୂଜା ମଣ୍ଡପରେ ଭିଡ଼ ପରିଲକ୍ଷିତ ହୋଇଛି । ବିଶେଷ କରି ସହରର ପାଣିଟାଙ୍କି ଛକଠାରୁ ଚିଡ଼ିଆ ପୋଲ ପର୍ଯ୍ୟନ୍ତ ବିବେକାନନ୍ଦ ମାର୍ଗର ବିଭିନ୍ନ କ୍ଲବ ପକ୍ଷରୁ ପାଖାପାଖି ୩୮ ମଣ୍ଡପରେ ହୋଇଥିବା ଗଣେଶ ପୂଜା ଏବେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଦଳଦଳ ହୋଇ ଲୋକେ ମଣ୍ଡପ ମଣ୍ଡପ ବୁଲି ବିଭିନ୍ନ ଡିଜାଇନର ମୂର୍ତ୍ତି ସାଙ୍ଗକୁ ଇଲେକ୍ଟି ଡେକୋରେସନକୁ ଦେଖିବାରେ ଲାଗିଛନ୍ତି । ଡାକ୍ତରଖାନାଠାରୁ ଚିଡ଼ିଆ ପୋଲ ପର୍ଯ୍ୟନ୍ତ ଲୋକଗହଳି ଲାଗି ରହିଥିବା ଲକ୍ଷ୍ୟ କରାଯାଇଛି । ଜନଗହଳି ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲେ ବି ବିବେକାନନ୍ଦ ମାର୍ଗ ଭଳି ଜିଲାସ୍କୁଲ ରୋଡ଼, ଜିଲାସ୍କୁଲ ପଡ଼ିଆ ରୋଡ଼ର ପ୍ରତିକ୍ଷଣରେ ଟ୍ରାଫିକ ଜାମ ହେଉଛି । ଏହା ସତ୍ତ୍ୱେ ଲୋକେ ଅତ୍ୟନ୍ତ ଆନନ୍ଦ ଉଲାସରେ ଠାକୁର ଦର୍ଶନ କରୁଛନ୍ତି । ସେହିଭଳି ଫକୀର ମୋହନ ଗୋଲେଇରେ ଲୋରି କ୍ଲବ ପକ୍ଷରୁ ହୋଇଥିବା ମଣ୍ଡପ ପୂଜାରେ ମଧ୍ୟ ଅନୁରୂପ ଭିଡ଼ ପରିଲକ୍ଷିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ