ବାଲେଶ୍ୱର ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ପୌରପାଳିକା ପକ୍ଷରୁ ବୁଧବାର ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପୌରାଧ୍ୟକ୍ଷା ପତାକା ଉତ୍ତୋଳନ ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସ୍ୱାୟତ୍ତ ଶାସନ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିବା ସହିତ ବାଲେଶ୍ୱର ପୌରପାଳିକାକୁ ୧ନମ୍ବର ସ୍ଥାନରେ ପହଞ୍ଚାଇବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପୌର ନିର୍ବାହୀ ଅଧିକାରୀ ତଥା ବାଲେଶ୍ୱର ଉପ-ଜିଲାପାଳ ଏଥିରେ ଯୋଗଦେଇ ସ୍ୱାୟତ୍ତ ଶାସନର ଆଭିମୁଖ୍ୟ ଓ ପୌରପାଳିକାର କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ପୌର ସଦସ୍ୟ ସଦସ୍ୟାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ ।


