ଗଣେଶ ପୂଜା ଉପରେ ତିକ୍ଷଣ ନଜର ରଖିବେ ତହସିଲଦାର ଓ ପୁଲିସ ପ୍ରଶାସନ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ସ୍ଥିତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଶୁକ୍ରବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ସବଡିଭିଜନ ର କୋଭିଡ଼ ସ୍ଥିତି ସମ୍ପର୍କ ରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ବତନ୍ତ୍ର ଅତିରିକ୍ତ ଜିଲାପାଳ (ଛତ୍ରପୁର) ପାରୁଲ ପଟୱାରି ସୂଚନା ଦେଇଛନ୍ତି । ଗଣେଶ ପୂଜା ତଥା ଶନିବାର ସୁଦ୍ଧା ଛତ୍ରପୁର ସବ୍ଡିଭିଜନରେ ୫୦ ହଜାର କରୋନା ଟେଷ୍ଟ ଟପିବ ବୋଲି ସ୍ୱତନ୍ତ୍ର ଅତିରିକ୍ତ ଜିଲାପାଳ କହିଛନ୍ତି । ଗୁରୁବାର ସୁଦ୍ଧା ଏହି ସବ୍ଡିଭିଜନରେ ୪୬ ହଜାର ୫୦୪ ଟେଷ୍ଟ ହୋଇଛି । କେବଳ ଗତ ସପ୍ତାହରେ ୧୬ ହଜାର ୬୬୧ ଟେଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ସବ୍ଡିଭିଜନରେ ୪ ହଜାର ୫୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୩ ହଜାର ୮୧୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଯାହାକି ୮୪ ପ୍ରତିଶତ ରହିଛି । ଏବେ ୬୮୦ ଆକ୍ଟିଭ୍ କେସ ରହିଛି। ଏଥିସହ କରୋନାରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରେ ୬ ଜଣ କୋଭିଡ୍ ଯୋଦ୍ଧା ଅଛନ୍ତି। କରେନା ସଂକ୍ରମିତଙ୍କ ସଂଖ୍ୟା କିଭଳି ଶୂନ ହେବ ସେନେଇ ଲକ୍ଷ୍ୟ ରଖି କାର୍ଯ୍ୟ ଚାଲିଥିବା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଗଞ୍ଜାମ ଜିଲାର ସର୍ବସଧାରଣ ସ୍ଥାନରେ ପାଳନ ହେବନି ଗଣେଷ ପୂଜ। ତେବେ ଛତ୍ରପୁର ସବ୍ଡିଭିଜନରେ ଲୋକେ ଘରେ ପୂଜା କରନ୍ତୁ ବୋଲି ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ବତନ୍ତ୍ର ଅତିରିକ୍ତ ଜିଲାପାଳ (ଛତ୍ରପୁର) ପାରୁଲ ପଟୱାରି କହିଥିଲେ l ଏହି ପରିପ୍ରେକ୍ଷୀରେ ତହସିଲ ଓ ପୋଲିସ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛିl ଏହି ସାମ୍ବାଦିକ ସମ୍ମିଳନୀ ରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ l


