ଗଣେଶ ପୂଜା ଉପଲକ୍ଷେ ଆଦର୍ଶକ୍ଲବ ପକ୍ଷରୁ “ଟ୍ୟାଲେଣ୍ଟହଣ୍ଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ
(ଯୁଗାବ୍ଦ ନ୍ୟୁଜ )ରାଇରଙ୍ଗପୁର:-ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହିରେ ଆଦର୍ଶକ୍ଲବ ପକ୍ଷରୁ ଆୟୋଜିତ ହେଉଥିବା ଗଣେଶ ପୂଜା ଅବସରରେ ଅନୁଷ୍ଠିତ ହେଉଥିବା ପ୍ରତିଭା ଅନ୍ବେଷଣ ମୂଳକ କାର୍ଯ୍ୟକ୍ରମ “ଟ୍ୟାଲେଣ୍ଟ ହଣ୍ଟ’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନ’ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରାଯିବା ସହ ଅଞ୍ଚଳରେ ଦୃଷ୍ଟାନ୍ତ ମୂଳକ ଭାବେ ବିଭିନ୍ନ କ୍ଷେତ୍ରରେ ସମାଜରେ ଉଲ୍ଲେଖନୀୟ ଅବଦାନ କରିଥିବା କାର୍ଯ୍ୟ ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟକ ବର୍ଷ ଆଦର୍ଶକ୍ଲବ ପକ୍ଷରୁ ଆଦର୍ଶ ମାନବ ଉପାଧିରେ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଆସୁଛି।ଚଳିତ ବର୍ଷ ସମାଜ ସେବା ଓ ସାମ୍ବାଦିକତା କ୍ଷେତ୍ରରେ ଅତୁଳନୀୟ ଅବଦାନ ତଥା ଯୁବବର୍ଗର ଆଦର୍ଶ ହୋଇପାରିଥିବା ବେଳେ ବର୍ତ୍ତମାନ ବୟସର ଅପରାହ୍ନରେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସକ୍ରିୟ ରହି ଉଦାହରଣ ସୃଷ୍ଟି କରିପାରିଥିବା ଗିଦିଘାଟୀ ଗ୍ରାମପଞ୍ଚାୟତ ପାଟ୍ରାମହୁଲପାଣି ଗ୍ରାମର ଶ୍ରୀ ରାମଦାସ ମୁର୍ମୁଙ୍କୁ “ଆଦର୍ଶ ମାନବ ୨୦୧୯’ ଉପାଧିରେ ସମ୍ମାନୀତ କରାଯାଇଥିଲା।
ଇ ଅଟୋରିକ୍ସା ଚଲାଇ ଜୀବିକା ଅର୍ଜନ କରି ସଫଳତାର ସହ ପରିବାର ଚଳାଇ ଉଦାହରଣ ସୃଷ୍ଟି କରିପାରିଥିବା ଝରାଡିହି ଗ୍ରାମପଞ୍ଚାୟତ ବଡକେଡମ ଗ୍ରାମର ମହିଳା ଶ୍ରୀମତୀ ଝରଣା ପୃଷ୍ଟି’ଙ୍କୁ ସ୍ବଚ୍ଛ ମାନବୀ ୨୦୧୯’ ଭାବେ ସମ୍ମାନୀତ କରାଯାଇଥିଲା।