ଗଣେଶ ପୂଜା ପାଇଁ ଗାଁ ଠୁ ସହର ଉତ୍ସବ ମୁଖର
ନିମାପଡ଼ା, (ସନ୍ତୋଷ ଦାଶ):ଆଦ୍ୟ ଦେବତା ଶ୍ରୀ ଗଣେଶ ଙ୍କ ପୂଜା ପାଇଁ ଗାଁ ଠୁ ସହର ଉତ୍ସବ ମୁଖର ହୋଇପଡ଼ିଛି । ଚଳିତ ବର୍ଷ ପୂଜା କମିଟି ମାନଙ୍କ ପକ୍ଷରୁ ଧୁମ୍ ଧାମରେ ଶ୍ରୀ ଗଣେଶ ଙ୍କ ପୂଜା କରାଯାଉଛି। ପୂଜା ପେଣ୍ଡାଲ ଗୁଡ଼ିକୁ ରଙ୍ଗୀନ କପଡ଼ା, ଆଲୋକ ମାଳା ରେ ସୁସଜ୍ଜିତ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପାଲା,ଭଜନ,ସଂକୀର୍ତ୍ତନ, ମେଲୋଡି, ନାଟକ ପ୍ରଭୁତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବାକୁ ସ୍ଥିର ହୋଇଛି। ବିଭିନ୍ନ ବିଦ୍ୟାଳୟ, ଅନୁଷ୍ଠାନ ରେ ଛାତ୍ର ଛାତ୍ରୀ ମାନେ ଶ୍ରୀ ଗଣେଶ ଙ୍କ ପୂଜା କରିବା ସହିତ ପ୍ରଭୂ ଙ୍କ ସମ୍ମୁଖରେ ନିଜ ନିଜ ର ମାନସିକ ରଖି ନଡ଼ିଆ ବାଡେଇଥିଲେ।