ଗଣେଷ ବିଦ୍ୟାପୀଠରେ ଚକ୍ଷୁ ଚିକିତ୍ସା ଶିବିର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ଗଣ୍ଡଳା ଗ୍ରାମ ଗଣେଷ ଉଚ୍ଚ ବିଦ୍ୟାପୀଠ ପରିସରରେ ବୁଧବାର ବ୍ଳକସ୍ତରୀୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁମାର ରଥଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ସ୍ଥାନୀୟ ବ୍ଳକର ବହୁ ଉଚ୍ଚ ବିଦ୍ୟାଳୟର ୧୭୨ ଜଣ ଶିକ୍ଷାର୍ଥୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ବ୍ରହ୍ମପୁର ନଗର ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ସୁଶାନ୍ତ କୁମାର ବେହେରା ଯୋଗଦେଇ ଶିକ୍ଷାର୍ଥୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମଚନ୍ଦ୍ର ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଥାଲାମିକ ଆସିଷ୍ଟାଂଟ ଏ.କେ. ମହାପାତ୍ର, ରମେଶ ଚନ୍ଦ୍ର ଦଳାଇ, ବିପିଏମ ଶଶାଙ୍କ ଶେଖର ପଣ୍ଡା, କାଳି ଚରଣ ପାଢି, ଦିଲେଶ୍ୱର ଚୌଧୁରୀ, ରବି ପାଣିଗ୍ରାହୀ, ରବିନ୍ଦ୍ର ସାହୁ, ସୁଧାଂଶୁ ଶେଖର ସାହୁ, ରାଜେଶ କୁମାର ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ