ରାଧାମୋହନଙ୍କ କବିତା ପୁସ୍ତକ “ଶେଷ ପୃଷ୍ଠା” ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ରାଜଭବନରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେସି ଲାଲ୍ଙ୍କଙ୍କ ଦ୍ୱାରା ଧାମୋହନ ମହାପାତ୍ରଙ୍କ ଦ୍ୱାରା ଲିଖିତ କବିତା ପୁସ୍ତକ “ଶେଷ ପୃଷ୍ଠା” ଉନ୍ମୋଚନ ହୋଇଯାଇଛି। ରାଧାମୋହନ ଜଣେ ଯୁବ ସମାଜସେବୀ, ସରକାରି ସ୍ବୀକୃତି ପ୍ରାପ୍ତ ସାମ୍ବାଦିକ, ଦକ୍ଷ ସଙ୍ଗଠକ ଓ କନ୍ଧମାଳ ଜିଲ୍ଲାର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ ଭାବେ ପରିଚିତ । ଯୁବ ପୀଢ଼ିର କବି ଭାବରେ ପ୍ରଥମ ଥର ଏହି ପୁସ୍ତକ ସେ ଲେଖିଛନ୍ତି। ତାଙ୍କରି ଲିଖିତ କବିତା ପୁସ୍ତକ “ଶେଷ ପୃଷ୍ଠା” ଆଜିର ସମାଜ ଓ ଯୁବ ପିଢୀଙ୍କ ନିକଟରେ ଆଦୃତି ଲାଭ କରି ପାରିବ ବୋଲି ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଗଣେସି ଲାଲ୍ ଆଶା ବ୍ୟକ୍ତ କରିଛନ୍ତି। ଯୁବ ପିଢ଼ିର ଲେଖକ ମାନଙ୍କୁ ଶ୍ରୀ ମହାପାତ୍ରଙ୍କ ପ୍ରଚେଷ୍ଟା ପ୍ରେରଣା ଯୋଗାଇବ ବୋଲି କହିବା ସହିତ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।


