ଗଣ୍ଡାଧାରରେ ଫାଇଲେରିଆ ନିରାକରଣ ସଚେତନତା ଅଭିଯାନ
ଭଞ୍ଜନଗର,(ସନ୍ତୋଷ ଜେନା): ସରକାରଙ୍କ ପକ୍ଷରୁ ଚାଲିଥିବା ଫାଇଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଜଗନ୍ନାଥପ୍ରସାଦ ବ୍ଲକ ଗଣ୍ଡାଧାର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିଭିଟିଏସ ସ୍ୱରୂପ କୁମାର ପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଚ୍ଛାବାଡ଼ି ଏଏନଏମ ଭାଗ୍ୟଲତା ପ୍ରଧାନ, ସିଏଚଓ ରୋଜାଲିନ ସାହୁ, ବିଦ୍ୟାଳୟ ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ପ୍ରଧାନ, ସୋସିଆଲ ମୋବିଲାଇଜର ସତ୍ୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଫାଇଲେରିଆ ରୋଗ ବିଭିନ୍ନ କାରଣ ନିରାକରଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଭିଭିଟିଏସ ଶ୍ରୀ ପାତ୍ର ବୁଝାଇ କହିଥିଲେ । ସେହିଭଳି ସରକାରଙ୍କ ପକ୍ଷରୁ ଆସନ୍ତା ଅଗଷ୍ଟ ୧୦ ଠାରୁ ୧୯ ପର୍ଯ୍ୟନ୍ତ ଫାଇଲେରିଆ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଯେପରି ସମସ୍ତେ ସାମିଲ ହେବେ ତୃଣମୂଳ ସ୍ତରରେ ଅଧିକ ସଚେତନତା କରିବାକୁ ସୋସିଆଲ ମୋବିଲାଇଜାର ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ |


