ଗଣ ଶିକ୍ଷକଙ୍କ ଅକାଳ ବିୟୋଗ
ହାଟଡିହି, (ବିକାଶ ବିଶ୍ୱାଳ):ବେଲବାହଳି କୁଣ୍ଡୁଳାଇ ସ୍କୁଲରେ ଗଣ ଶିକ୍ଷକ ଭାବେ କାର୍ଯ୍ୟକରୁଥିବା ଡମିରିବନ୍ଧ ଗ୍ରାମର କୁଞ୍ଜ ବିହାରୀ ମୁଣ୍ଡାଙ୍କର ଅକାଳ ବିୟୋଗ ଘଟିଛି । ଗତ ୫ଦିନ ତଳେ କୌଣସି କାମରେ ତରତରା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବାବେଳେ ହଠାତ ଅଚେତ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ଥିବାଦେଖି ଆନନ୍ଦପୁର ଡାକ୍ତରଖାନା କର୍ତ୍ତୁପକ୍ଷ ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । କଟକ ବଡଡାକ୍ତରଖାନାରେ ଦୁଇଦିନ ଧରି ଚିକତ୍ସା ଚାଲିବାପରେ ଗତକାଲି ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମରଶରୀର ଗତକାଲି ରାତିରେ ଗାଁରେ ପହଞ୍ଚିବାପରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।