ଗଣ ଶିକ୍ଷାମନ୍ତ୍ରୀ ଙ୍କ ଜିଲ୍ଲାରେ ଶିକ୍ଷା ଦାନ କରୁଛନ୍ତି ନକଲି ଶିକ୍ଷକ

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଙ୍କ ଜିଲ୍ଲା ପୁରୀ ରେ ଦୀର୍ଘ ବର୍ଷ ଧରି ମାଳମାଳ ନକଲି ଶିକ୍ଷକ ଶିକ୍ଷାଦାନ କରିଆସୁଥିବା ଅଭିଯୋଗ ହୋଇଛି। ଶିକ୍ଷାଦାନ କରୁଥିବା ଶିକ୍ଷକ ଙ୍କ ମଧ୍ୟରୁ କାହାର ଜାତିଗତ ପ୍ରଣାମ ପତ୍ର ନକଲି ତ ଆଉ କାହାର ସିଟି ଓ ବିଇଡି ପ୍ରମାଣପତ୍ର ନକଲି । ଏହି ଘଟଣା ଏବେ ସାରା ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି। ନକଲି ଶିକ୍ଷକ ଶିକ୍ଷାଦାନ କରୁଥିବା ଅଭିଯୋଗ ହେବା ପରେ ଜିଲ୍ଲା ଶିକ୍ଷାଧିକାରୀ ଦୁଇ ଜଣ ନକଲି ଶିକ୍ଷକ ଙ୍କୁ ଚିହ୍ନଟ କରି ନିଲମ୍ବିତ କରିଥିବା ଖବର ମିଳିଛି। ଆଉ ଏହି ତାଲିକା ଦୁଇ ରେ ସୀମିତ ନୁହେଁ ଏହିଭଳି ପୁରୀ ଜିଲ୍ଲା ରେ ନକଲି ପ୍ରମାଣପତ୍ର ଦେଇ ଚାକିରୀ କରିଥିବା ପ୍ରାୟ ୪୯ ଜଣ ତାଲିକା ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ । ତାହା ସହିତ ପୁରୀ ଜିଲ୍ଲା ର ୩୦୦ ଜଣ ଶିକ୍ଷକ ଙ୍କ ର ପ୍ରମାଣପତ୍ର ଯାଞ୍ଚ ପାଇଁ ଜାରି ହୋଇଛି ନିର୍ଦେଶ। ନକଲି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗ ପାଇ କୃଷ୍ଣପ୍ରସାଦ ବାଲିସାହି ପ୍ରକଳ୍ପ ୟୁପି ସ୍କୁଲ ର ଶିକ୍ଷକ ଶର୍ମିଷ୍ଠା ଦାସ, କ୍ଷୀରିସାହି ସ୍କୁଲ ର ରମେଶ ଚନ୍ଦ୍ର ନାୟକ, ସାମନ୍ତରାୟପୁର ସ୍କୁଲ ର ପ୍ରବୀଣ କୁମାର ମାଝୀ, ବାଉରୀ ପାଲି ସ୍କୁଲ ର ସନ୍ତୋଷ ପ୍ରଧାନ ପ୍ରମୁଖ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ନୋଟିସ ଜାରି ହୋଇଥିଲେ ସୁଦ୍ଧା ଏଯାବତ ସେମାନେ କାରଣ ଦର୍ଶାଅ ନୋଟିସ ର ଉତ୍ତର ଦେଇନାହାନ୍ତି । ଜିଲ୍ଲା ର ସମସ୍ତ ବ୍ଲକ ଶିକ୍ଷାଧିକାରୀ ଙ୍କୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପ୍ରମାଣପତ୍ର ଯାଞ୍ଚ କରି ରିପୋର୍ଟ ଦେବା ପାଇଁ ନିର୍ଦେଶ ଥିଲା ବେଳେ ଏ ପର୍ଯ୍ୟନ୍ତ କୌଣସି ବ୍ଲକ ଶିକ୍ଷା ଅଧିକାରୀ ଯାଞ୍ଚ ରେପୋର୍ଟ ପ୍ରଦାନ କରିନାହାନ୍ତି । ଯଦି କୌଣସି ଶିକ୍ଷକ ବା ଶିକ୍ଷୟିତ୍ରୀ ନକଲି ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ବ୍ଲକ ଶିକ୍ଷା ବିଭାଗ ର ଅଧିକାରୀ ଙ୍କ ସହ ନକଲି ଶିକ୍ଷକ ଙ୍କ ମଧୁଚନ୍ଦ୍ରିକା ରହିଥିବା ଚର୍ଚ୍ଚା ଜୋର ଧରୁଥିବା ବେଳେ ବେଧଡ଼କ ରେ ନକଲି ଶିକ୍ଷକ ଶିକ୍ଷାଦାନ କରି ସରକାର ଙ୍କ ତହବିଲ ରୁ ପାଉଛନ୍ତି ଦରମା । ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ପ୍ରମାଣପତ୍ର ଯାଞ୍ଚ ବେଳେ ମଧ୍ୟସ୍ଥି
ସାଜି ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଜୈନିକକିରାଣୀ ନକଲି ପ୍ରମାଣପତ୍ର କୁ ଅଣଦେଖା କରି ପ୍ରଚୁର ଟଙ୍କା ରୋଜଗାର କରୁଥିବା ଗୁରୁତର ଅଭିଯୋଗ ହେଉଛି। ସଠିକ ଯାଞ୍ଚ କରାଗଲେ କୃଷ୍ଣପ୍ରସାଦ, ବ୍ରହ୍ମଗିରି ନୁହେଁ ପୁରୀ ଜିଲ୍ଲା ର ଅନ୍ୟ ସମସ୍ତ ବ୍ଲକ ଅଞ୍ଚଳରେ ବହୁ ନକଲି ଶିକ୍ଷକ, ଶିକ୍ଷୟତ୍ରୀ ଧରା ପଡିବେ ବୋଲି କହିଛନ୍ତି ଶିକ୍ଷକ ସଂଘ ନେତା ବ୍ରହ୍ମାନନ୍ଦ ମହାରଣା । ଏ ସଂପର୍କ ରେ ତଦନ୍ତ କରାଯାଉଛି। ନକଲି ପ୍ରମାଣପତ୍ର ନେଇ ଚାକିରି କରିଥିବା ଶିକ୍ଷକ ଙ୍କ ବିରୋଧରେ ପୋଲିସ ରେ ଅଭିଯୋଗ କରାଯିବା ସହିତ ସେମାନଙ୍କୁ ଚାକିରି ରୁ ବହିଷ୍କାର କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ । ନକଲି ଶିକ୍ଷକ,ଶିକ୍ଷୟତ୍ରୀମାନେ ଶିକ୍ଷାଦାନ କରୁଥିବା ଯେଉଁ ଅଭିଯୋଗ ହେଉଛି ତାର ଭିଜିଲାନ୍ସ ତଦନ୍ତ କରିବାକୁ ଅଭିଭାବକ ଙ୍କ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ