ଗରମରୁ ବାଦ୍‍ ପଡ଼ୁନାହାନ୍ତି ଭଗବାନ

ଦେଶର ବିଭିନ୍ନ ସ୍ଥାନରେ ଏବେ ଗରମରେ ଲୋକେ ଆଉଟୁପାଉଟୁ ହେଉଛନ୍ତି । ଏହି ଖବର ଭିତରେ ବଡ଼ ଖବରଟି ହେଉଛି ଏକ ଗଣେଶ ମୂର୍ତ୍ତିରୁ ଝାଳ ବାହାରିବା । ଗୟାର ରାମଶୀଳା ପାହାଡ଼ ନିକଟରେ ବନିଥିବା ଏକ ଗଣେଶ ମନ୍ଦିରରେ ଥିବା ମୂର୍ତ୍ତିରୁ ଝାଳ ବାହାରୁଛି । ମନ୍ଦିରର ପୂଜାରୀ ମଧ୍ୟ ଏହି ବିଷୟ ସ୍ୱୀକାର କରିବା ସହ ଭଗବାନଙ୍କୁ ଗରମରୁ ମୁକ୍ତି ଦେବା ପାଇଁ ଚନ୍ଦନ ପ୍ରଲେପ ସହ ମନ୍ଦିର ଭିତରେ ପଙ୍ଖା ଲଗାଇଛନ୍ତି । ମନ୍ଦିରର ପୂଜାରୀଙ୍କ କହିବା ଅନୁସାରେ ପ୍ରବଳ ଗରମ କାରଣରୁ ମୂର୍ତ୍ତିରୁ ଝାଳ ବାହାରୁଥିବା ଦେଖି ଆମେ ଚିନ୍ତାରେ ପଡ଼ିଥିଲୁ । ତେଣୁ ତାଙ୍କୁ ଥଣ୍ଡା ରଖିବା ପାଇଁ ଚନ୍ଦନ ପ୍ରଲେପ ସହ ଦୁଇଟି ଫ୍ୟାନ ଲଗାଇଛୁ । ବୈଜ୍ଞାନିକଙ୍କ ମତରେ ଏହି ମୂର୍ତ୍ତିଟି ମୁଙ୍ଗା ପଥରରେ ତିଆରି । ଏହି ପଥରଟି ଅଧିକ ଗରମ ହୋଇଥାଏ । ତାପମାତ୍ରା ବଢିଲେ ଏହି ପଥରରୁ ପାଣି ଝରିଥାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଏଠାରେ ଦେଖିବାକୁ ମିଳିନାହିଁ । ପୂର୍ବରୁ ଅନେକ ଥର ଗଣେଶ ମୂର୍ତ୍ତିରୁ ପାଣି ବାହାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ