ମୂଷା ମରା ଅଠାରେ ସାପ

ଘରେ ମୂଷା ଉତ୍ପାତକୁ ରୋକିବା ପାଇଁ ବଜାରରେ ବିକ୍ରିି ହେଉଛି ମୂଷା ମରା ଅଠା । ହେଲେ ଏହି ଅଠାରେ ମୂଷା ସହ ସାପ, ବିଲେଇ, ଛୋଟ ପକ୍ଷୀ ପଡ଼ିଯାଉଥିବା ଘଟଣା ଦେଖିବାକୁ ମିଳିଛି । ବାଙ୍ଗାଲୋରର ବନ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ ମାସକୁ ଆମ ନିକଟକୁ ୩୦ରୁ ଅଧିକ କଲ ଏପରି ଆସୁଛି ଯେଉଁଥିରେ ଏହି ଅଠାରେ ସାପ, ବିଲେଇ ଫଶି ଥିବା କଥା କୁହାଯାଉଛି । ଅଧିକାରୀଙ୍କ କହିବା ଅନୁସାରେ ଅଠା ପଡ଼ିଥିବା ମୂଷାଙ୍କ ବାସ୍ନା ବାରି ତାଙ୍କୁ ଧରିବା ପାଇଁ ସାପମାନେ ଆସି ଏହି ଅଠାରେ ପଡ଼ୁଛନ୍ତି । ଛୋଟ ପକ୍ଷୀମାନେ ମଧ୍ୟ ଏଥିରେ ପଡ଼ୁଛନ୍ତି । ଏହାଦ୍ୱାରା ସେମାନଙ୍କର ଜୀବନ ଯାଉଛି । ଜଣେ ଅଧିକାରୀ ଆର. ପିକିର୍ତ୍ତନ କହିଛନ୍ତି ଯେ, ନିକଟରେ ମଲେଶ୍ୱରମ୍‍ ବିଷ୍ଣୁ ମନ୍ଦିରରୁ ଆମକୁ ଏକ ଫୋନ୍ କଲ୍ ଆସିଥିଲା । ଦୁଇଟି ନାଗ ସାପ ଛୁଆ ଏହି ଅଠାରେ ପଡ଼ିଯାଇଥିଲେ । ସେମାନଙ୍କୁ ବଞ୍ଚାଇବା ବଡ଼ କଷ୍ଟକର ଥିଲା । ତେଣୁ ଘରେ ଅଠା ଥୋଇବାବେଳେ ସର୍ତ୍ତକତାମୂଳକ ପଦକ୍ଷେପ ନେବା ଅତି ଜରୁରୀ । ଛୋଟ ପିଲାମାନଙ୍କୁ ମଧ୍ୟ ଏହା କ୍ଷତି ପହଞ୍ଚାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ