ଗରାପୁର ମୁସଲିମ ବସ୍ତିରେ ଶିଶୁ ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ମୁସଲିମ ବସ୍ତି ଅଙ୍ଗନୱାଡି କେନ୍ଦ୍ରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର କ୍ଷେତ୍ର ପରିଦର୍ଶିକା ମାନସୀ ଦାସଙ୍କ ପରାମର୍ଶ କ୍ରମେ ସେହି କେନ୍ଦ୍ରର କର୍ମୀ ସମସେରା ବେଗମଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, କପାଳେଶ୍ୱର ସରପଞ୍ଚ କଳ୍ପନା ମହାନ୍ତି, ଆତ୍ମାର ସଦସ୍ୟ ଅବଦୁଲ ସଲିମ ଖାଁ, ୱାର୍ଡ ସଭ୍ୟ ଅଜମେରୀ ବେଗମ, ଯାଞ୍ଚ କମିଟି ସଭାପତି ମହମ୍ମଦ ପରୱେଜ ସଜ୍ୱାଦ, ମୁସଲିମ ବସ୍ତିର ପୂର୍ବତନ ସର୍ଦ୍ଦାର ସମସେର ଅଲ୍ଲୀ ପ୍ରମୁଖ ଯୋଗଦେଇ କେନ୍ଦ୍ରର ପିଲାମାନଙ୍କୁ ଡ୍ରେସ, ସୁଇଟର, ଜୋତା ଓ ମୋଜା ପ୍ରଭୃତି ବଣ୍ଟନ କରିଥିଲେ । କେନ୍ଦ୍ରର ସହାୟିକା ନଗମା ବିବି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କେନ୍ଦ୍ରର କର୍ମୀ ସମସେରା ବେଗମ ଧନ୍ୟବାଦ ଅର୍ପଣ ସହ ପିଲାମାନଙ୍କୁ ମିଠା ଖୁଆଇଥିଲେ ।


