ଗରିବ ଅସହାୟଙ୍କୁ ବସ୍ତ୍ର ବାଣ୍ଟିଲେ କର୍ଣ୍ଣେଲ ଲକ୍ଷ୍ମୀଧର ଭୂୟାଁ

ବାଲେଶ୍ୱର, (ସରୋଜ ପଣ୍ଡା) : ଯୋଗ ଓ ପ୍ରାଣାୟମରେ ବିଶ୍ୱ ରେକର୍ଡ଼ଧାରୀ ଭାରତୀୟ ସେନାଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଲକ୍ଷ୍ମୀଧର ଭୂୟାଁ ସମ୍ପ୍ରତି ସମାଜସେବା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି । ବାଲେଶ୍ୱର ସହରର ସହଦେବଖୁଣ୍ଟାରେ ପରିବାର ସହ ସ୍ଥାୟୀ ଭାବେ ବସବାସ କରୁଥିବା କର୍ଣ୍ଣେଲ ଭୂୟାଁ ସ୍ଥାନୀୟ ଅଞ୍ଚଳର ଗରିବ ମହିଳାମାନଙ୍କୁ ବସ୍ତ୍ର ପ୍ରଦାନ କରିଛନ୍ତି । ଗରିବ ଓ ଅସହାୟମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଆଗାମୀ ଦିନରେ ଗରିବଙ୍କୁ କମ୍ବଳ ବଣ୍ଟନ ସହ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି । ଆଜିର ଏହି ବସ୍ତ୍ର ବଣ୍ଟନ ବେଳେ ତାଙ୍କ ସହଧର୍ମିଣୀ ସନ୍ଧ୍ୟାରାଣୀ ଭୂୟାଁ ଓ ଅଜୁର୍ନ ଚନ୍ଦ୍ର ସାମଲସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ