ଗରିବ ଲୋକଙ୍କୁ ପକ୍କାଘର ଦେବାରେ ବାଧକ ସାଜୁଛି ବିଜେଡି : ବିଜେପି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତ ସରକାରଙ୍କ ଏକ ନ୍ୟାସନାଲ ଫ୍ଲାଗସିପ ପୋଗ୍ରାମ । ଯେ କୌଣସି କେନ୍ଦ୍ରୀୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବା ପୂର୍ବରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥାଏ । ଏହି ବୁଝାମଣା ଅନୁଯାୟୀ କୌଣସି ଫ୍ଲାଗସିପ ପୋଗ୍ରାମର ନାମ, ଲୋଗୋ, ପ୍ରକ୍ରିୟା ଏବଂ କାର୍ଯ୍ୟାନ୍ୱୟନ ବଦଳାଯାଇପାରିବ ନାହିଁ । କିନ୍ତୁ ଓଡିଶାରେ ଶାସକ ବିଜେଡି ସମସ୍ତ ବୁଝାମଣାକୁ ଅବମାନନା କରି ନିଜ ଦଳୀୟ ସ୍ୱାର୍ଥ ପାଇଁ ଏହି ଯୋଜନାର ନାମ ପରିବର୍ତିନ କରି ଧର୍ତବ୍ୟ ଅପରାଧ କରିଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତିସିଂହାର ଅଭିଯୋଗ କରିଛନ୍ତି । ଡ.ସାମନ୍ତସିଂହାର କହିଛନ୍ତି ଯେ, ଦୀର୍ଘଦିନ ଧରି ନିଜର ରାଜନୈତିକ ଅଭିସନ୍ଧି ରଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରି ନିଜ ନାଁରେ ଶାସକ ବିଜେଡି ବ୍ରାଣ୍ଡିଂ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଭଷ୍ଟ୍ରାଚାର କରିଛନ୍ତି । ରାଜ୍ୟରେ ଗରିବ ଲୋକଙ୍କ ପାଖରେ ପକ୍କାଘର ପହଂଚାଇବାରେ ଶାସକ ବିଜେଡି ବାଧକ ସାଜିଛି । ଗରିବ ଲୋକଙ୍କୁ ପକ୍କା ଘର ମିଳିଲେ ବିଜେଡିର ଭୋଟବ୍ୟାଙ୍କ ରାଜନୀତି ବନ୍ଦ ହୋଇଯିବା ଭୟ ଘାରିଛି । ମୋଦି ନାଁ ନେଇଯିବା ଭୟରେ ବିଜେଡି ପ୍ରବକ୍ତାମାନେ ରାଜ୍ୟବାସୀଙ୍କୁ ମିଥ୍ୟା କହି ନୂଆ ନୂଆ ଗପ ଶୁଣାଉଛନ୍ତି ।ଗଣମାଧ୍ୟମରେ ବୟାନବାଜି ବନ୍ଦ କରି ବିକାଶରେ ବାଧକ ନସାଜି କେନ୍ଦ୍ର ସରକାରଙ୍କ ଯୋଜନାକୁ ଗରିବ ଲୋକଙ୍କ ପାଖରେ ପହଂଚାଇବା କାମ କରନ୍ତୁ ବୋଲି ଡ. ସାମନ୍ତସିଂହାର ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ