୯ ରୁ ଆରମ୍ଭ ହେବ ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା
ବ୍ରହ୍ମପୁର, (ଅନିଲ କୁମାର): ଏପ୍ରିଲ ୯ ତାରିଖ ରାତ୍ରଠାରୁ ବ୍ରହ୍ମପୁରର ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହେବ। ରାତ୍ର ସମୟରେ ଦେଶୀ ବେହେରା ସାହିସ୍ଥିତ ମାଁଙ୍କ ବାପଘର ତଥା ଯାତ୍ରାର ମୁଖ୍ୟ ପରିଚାଳକ ପି. ଦୁର୍ଗା ପ୍ରସାଦ ଦେଶୀବେହେରାଙ୍କ ସହ ସାହି ବାସିନ୍ଦା ଓ ପରିବାର ବର୍ଗ ଶୋଭାଯାତ୍ରାରେ ଯାଇ ମାଁଙ୍କ ସ୍ଥାୟୀ ମନ୍ଦିରରେ ପହଞ୍ଚିବେ । ସେଠାରେ ମାଁ ବୁଢ଼ୀ ଠାକୁରାଣୀଙ୍କ ଯଥାରିତି ନିୟମାନୁଯାୟୀ ପୁଜାର୍ଚ୍ଚନା କରାଯିବା ପରେ ଆଜ୍ଞାମାଳକୁ ପୁଣିଥରେ ବିରାଟ ପଟୁଆରରେ ଅଣାଯାଇ ଦେଶୀ ବେହେରା ସାହିଠାରେ ମାଁଙ୍କୁ ସ୍ଥାପନ କରାଯିବ । ପ୍ରତି ୨ବର୍ଷକୁ ଥରେ ମାଁଙ୍କ ଏହି ଯାତ୍ରା ଆୟୋଜନ କରାଯାଉଥିବା ଯୋଗୁଁ ବର୍ତ୍ତମାନ ଦେଶୀ ବେହେରା ସାହିଠାରେ ମାଁଙ୍କୁ ଆମନ୍ତ୍ରଣ ପାଇଁ ଅସ୍ଥାୟୀ ମଣ୍ଡପ ନିର୍ମାଣ ଚାଲୁ ରହିଛି। କାରିଗର ମାନଙ୍କ ଦ୍ୱାରା ବାଉଶଁ, ଇଟା, ସିମେଣ୍ଟ ଓ ମାଟରେ ଅସ୍ଥାୟୀ ମଣ୍ଡପ ନିର୍ମାଣ ଚାଲୁ ରହିଛି । ୯ତାରିଖ ସୁଦ୍ଧା ଏହି ମଣ୍ଡପ ସମାପ୍ତ ହେବ ବୋଲି ଯାତ୍ରାର ମୁଖ୍ୟ ପରିଚାଳୟକ ପି.ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି ।


