ଗରୀବ ଉମ୍ରାନ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅପହଂଚ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ବାରିମୂଳ ପଂଚାୟତର ନିୟାମତପୁର ମୁସଲିମ ବସ୍ତିରେ ବାସ କରୁଥିବା ଗରୀବ ଦିନମଜୁରିଆ ଉମ୍ରାନ ଖାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ଅପହଁଚ ହୋଇପଡିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଉମ୍ରାନ ଜଣେ ଗରିବ ଦିନମଜୁରିଆ ହୋଇଥିବା ବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଟିଏ ଯୋଗାଇ ଦେବାକୁ ସେ ସ୍ଥାନୀୟ ସରପଂଚ,ବିଡିଓ ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଗୁହାରି କରି ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି । ଜଣେ ଗରୀବ ଦିନମଜୁରିଆ ଭାବେ ନିଜ ପରିବାର ପ୍ରତିପୋଷଣ କରୁଥିବା ଉମ୍ରାନଙ୍କୁ ପକ୍କାଘର ଟିଏ ଯୋଗାଇ ଦେବାକୁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।