ଗର୍ଭଣା ଡାଳ ପୋତି ଧାନଫସଲ ରେ ଚାଷୀ ଙ୍କ ପୂଜା

ନିମାପଡ଼ା, (ସନ୍ତୋଷ ଦାସ):ଆମ ଓଡ଼ିଆ ସଂସ୍କୃତି ରେ ରହିଛି ତେର ପର୍ବପର୍ବାଣୀ। ଆଜି ଥିଲା ପବିତ୍ର ତୁଳା ସଂକ୍ରାନ୍ତି ବା ଗର୍ଭଣା ସଂକ୍ରାନ୍ତି। ଚାଷୀ ମାନେ ନିଜ ନିଜ ଧାନଫସଲ କୁ ପୂଜା କରିଛନ୍ତି। ସାଧାରଣତଃ ଗର୍ଭବତୀ ମହିଳା ଙ୍କୁ ପୂଜା କରାଯାଇଥାଏ ଗୋଟିଏ ସୁସନ୍ତାନ ପାଇଁ। ଏବେ ବିଲରେ ଧାନ ଗଛ ରେ ଫୁଲ ଆସିଛି ଆଉ ସବୁ ଗଛ ଗର୍ଭ ଧାରଣ କରିଛି। ଭଲ ଧାନ ଫସଲ ପାଇଁ ଚାଷୀ ମାନେ ବିଲ କୁ ଯାଇ ଗର୍ଭଣା ଗଛର ଡାଳ ପୋତି ମା ଲକ୍ଷ୍ମୀ ଙ୍କୁ ପୂଜା କରିଛନ୍ତି। ଗର୍ଭଣା ଗଛର ଡାଳ ରେ ରହିଛି ଔଷଧୀୟ ଗୁଣ। ଧାନ ଫସଲ ରେ ସୃଷ୍ଟି ହେଉଥିବା ପୋକ, କୀଟ କୁ ଏହି ଡାଳ,ପତ୍ର ର ବାସ୍ନା ନଷ୍ଟ କରିଦେଇଥାଏ ବୋଲି ବିଶ୍ୱାସ ରହିଛି।ଗର୍ଭଣା ସଂକ୍ରାନ୍ତି ଏକ କୃଷି ଭିତ୍ତିକ ପର୍ବ ବୋଲି କହିଛନ୍ତି ପଣ୍ତିତ ଅନ୍ତର୍ଯ୍ୟାମୀ କର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ