ଗଳଦାରୀ ପଂଚାୟତରେ ପ୍ରାଣୀ ଚିକିତ୍ସା ଶିବିର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଳଦାରୀ ପଂଚାୟତରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ନାଉଗାଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ରାଜା ଉଦୟଭାନୁ ରାଉତ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡା. ଶୁଭେନ୍ଦୁ ରଂଜନ ସେଠୀ ଉପସ୍ଥିତ ରହି ଗୋରୁଙ୍କ ଚିକିତ୍ସା କରିଥିଲେ । ପ୍ରାଣୀଧନ ନିରୀକ୍ଷକ ବୈଷ୍ଣବ ମହାରଣା, ସଂଗ୍ରାମ କେଶରୀ ରାଉତ, ମନୋରଂଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ‘ଆସ୍କାଡ’ ସହାୟତାରେ ଆୟୋଜନ ହୋଇଥିବା ଶିବିରରେ ୫୦ଜଣ ଚାଷୀଙ୍କୁ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନର ବିଭିନ୍ନ ଦିଗ ଉପରେ ଶିକ୍ଷା ଦିଆଯାଇଥିଲା । ଶିବିରରେ କୃମି ନିରାକରଣ, ବନ୍ଧ୍ୟା ନିରାକରଣ ଓ କୃମି ପରୀକ୍ଷା କରାଯାଇଥିବା ବେଳେ ଏହି ଶିବିର ଦ୍ୱାରା ୩୨ଜଣ ଚାଷୀଙ୍କର ୪୮ଟି ପ୍ରାଣୀ ଉପକୃତ ହୋଇଥିଲେ । ଇଂଟାସ ମେଡିସିନ କମ୍ପାନୀ ପକ୍ଷରୁ କିଛି ଉପଯୋଗୀ ଔଷଧ ଦିଆଯାଇଥିଲା । ଗଳଦାରୀ ପଂଚାୟତର ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ସ୍ୱାଇଁ ଓ ସରପଂଚ ଦିଲ୍ଲିପ କୁମାର ନାୟକ ସହଯୋଗ କରିଥିଲେ ।