ଗଳ୍ପ ସଙ୍କଳନ ‘ବନ୍ଧନର ବ୍ୟଥା’ ଉନ୍ମୋଚିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସେନାବାହିନୀର ଅବସରପ୍ରାପ୍ତ ସୁବେଦାର ମେଜର ଭରତ ଚନ୍ଦ୍ର ଜେନାଙ୍କ ରଚିତ ଦ୍ୱିତୀୟ ପୁସ୍ତକ “ବନ୍ଧନର ବ୍ୟଥା” ପୂଜ୍ୟପାଦ ପଦ୍ମଶ୍ରୀ ବାବା ବଳିଆଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ବନଫୁଲ ପ୍ରକାଶନ ଆନୁକୂଲ୍ୟରେ ପ୍ରକାଶିତ ଏହି ସଙ୍କଳନରେ ତିରିଶଟି ଗଳ୍ପ ସମାହିତ ହୋଇଅଛି । କବି ଦେବେନ୍ଦ୍ର ନାଥ କର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉନ୍ମୋଚିତ ସଭାରେ ପଦ୍ମଶ୍ରୀ ବାବା ବଳିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡକ୍ଟର ତ୍ରିନାଥ ପଟ୍ଟନାୟକ ମୁଖ୍ୟବକ୍ତା ଓ ଡକ୍ଟର ତୋଫାନ ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମେଜର ଜେନାଙ୍କ ରଚିତ ଗଳ୍ପ ଗୁଡିକରେ ସାମାଜିକ ଚେତନା ଏବଂ ବରିଷ୍ଠମାନଙ୍କୁ ଆଦର ଓ ସମ୍ମାନ ପ୍ରଦାନ କରିବାର ପ୍ରେରଣା ଭରିରହିଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପିନାକୀ ମିଶ୍ର ଯୋଗଦେଇ ମତବ୍ୟକ୍ତ କରିଥିଲେ ଯେ “ବନ୍ଧନର ବ୍ୟଥା” ପୁସ୍ତକର ଅପୂର୍ବ ସାମାଜିକ ଚେତନା ଓ ମୂଲ୍ୟବୋଧ ଉଦଯିବିତ ହୋଇଅଛି । ଡକ୍ଟର ଚିଦାନନ୍ଦ ସରସ୍ୱତୀ ମଞ୍ଚ ପରିଚାଳନା କରିଥିବା ବେଳେ କବି ସଞ୍ଜୟ କୁମାର ମଲ୍ଲିକ, ମନ୍ମଥନାଥ ବରାଳ, ଡକ୍ଟର ରତ୍ନାକର ମଲ୍ଲିକ, ଶୁଭାଂଶୁ ଦାସ, ସିଦ୍ଧାର୍ଥ ଶଙ୍କର ରାୟ, କୁଞ୍ଜବିହାରୀ ପାଣି, ଅମର ରାଉତ, ବିଧୁ ଭୂଷଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । କବୟିତ୍ରୀ ଆରତି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।


