ଗହଣା କ୍ରୟ ଆଗୁଆ ଯୋଜନାରେ ୨୫% ରାଜସ୍ୱ ଅଭିବୃଦ୍ଧି ଲକ୍ଷ୍ୟରେ କଲ୍ୟାଣ ଜ୍ୱେଲର୍ସ
ମୁମ୍ବାଇ,(ଏଜେନ୍ସି): ଗହଣା କ୍ରୟ ଆଗୁଆ ଯୋଜନାକୁ ନେଇ କେନ୍ଦ୍ର ସରକାର ନିକଟରେ ଜାରି କରିଥିବା ଅଧ୍ୟାଦେଶର ସକରାତ୍ମକ ପ୍ରଭାବ ରହିବ ବୋଲି ଦେଶର ସର୍ବାଧିକ ବିଶ୍ୱସନୀୟ ଗହଣା ବ୍ରାଣ୍ଡ କଲ୍ୟାଣ ଜ୍ୱେଲର ବିଶ୍ୱାସ ପ୍ରକାଶ କରିଛି । ନିକଟରେ କେନ୍ଦ୍ର ସରକାର ଅନିୟନ୍ତ୍ରିତ ଜମା ଯୋଜନା ନିଷେଧ ଅଧ୍ୟାଦେଶ ଜାରି କରିଛନ୍ତି । ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟରେ ନଥିବା ସଂସ୍ଥା ଓ ଗହଣା କ୍ରୟ ପାଇଁ ଆଗୁଆ ଅର୍ଥ ଆଦାୟକୁ ଦୃଷ୍ଟିରେ ରଖି ଏହି ଅଧ୍ୟାଦେଶ ଜାରି କରାଯାଇଛି । ଗହଣା କ୍ଷେତ୍ରକୁ ନିୟନ୍ତ୍ରିତ କରିବା ପାଇଁ ସରକାରଙ୍କ ଉଦ୍ୟମ ବଜାୟ ରଖିବାକୁ ଯାଇ ଏହି ଅଧ୍ୟାଦେଶ ଜାରି କରାଯାଇଛି । ସ୍ୱାଧିକାରୀ ଓ ଅଂଶୀଦାରକୁ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟକୁ ଆଣି ଗହଣା ଆଗୁଆ କ୍ରୟ ଯୋଜନା ପରିଚାଳନାରେ ଥିବା ଶୂନ୍ୟତାରେ ସଂଶୋଧନ କରିବା ପାଇଁ ଉଦ୍ୟମ କରାଯାଇଛି । ଏକ ପବ୍ଲିକ ଲିମିଟେଡ଼ କମ୍ପାନୀ ଭାବେ କଲ୍ୟାଣ ଜୁଏଲର୍ସ ଇଣ୍ଡିଆ ଲିମିଟେଡ଼ (କେଜେଆଇଏଲ୍) ଏହି ଅଧ୍ୟାଦେଶ ଯୋଗୁଁ ପ୍ରଭାବିତ ନୁହେଁ । କେଜେଆଇଏଲ୍ର ଗହଣା କ୍ରୟ ଆଗୁଆ ଯୋଜନା ନିୟନ୍ତ୍ରିତ ଅଟେ ଏବଂ ଏହା କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ଅନୁମୋଦିତ ଓ ମଞ୍ଜୁରପ୍ରାପ୍ତ । ରେଜିଷ୍ଟ୍ରାର ଅଫ୍ କମ୍ପାନୀ ନିକଟରେ ଏହା ନିୟମାନୁଯାୟୀ ରିଟର୍ଣ୍ଣ ଦାଖଲ କରିଥାଏ । ଏହି କାରଣରୁ ଦେଶରେ ଥିବା କେଜେଆଇଏଲ୍ର ୧୦୨ଟି ଗହଣା ସୋ’ରୁମ ଓ ୬୫୦ଟି ମାଇଁ କଲ୍ୟାଣ ଷ୍ଟୋର ଧନବର୍ଷା ଓ ଅକ୍ଷୟ କ୍ରୟ ଆଗୁଆ ଯୋଜନା ଦ୍ୱାରା ଅଭିବୃଦ୍ଧି ପାଇପାରିବେ ବୋଲି କହିଛନ୍ତି ରାଜେଶ କଲ୍ୟାଣରମଣ । ୨୦୧୪ରେ କମ୍ପାନୀ ନିୟମାବଳୀ (ଆଗୁଆ ଜମା) ପରିପ୍ରେକ୍ଷୀରେ କଲ୍ୟାଣ ଜୁଏଲର୍ସ ପୂର୍ବରୁ ଥିବା ନିଜର ଗହଣା କ୍ରୟ ଆଗୁଆ ଯୋଜନା ପରିହାର କରିସାରିଛି । ୨୦୧୪ ନିୟମାବଳୀରେ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ପାରମ୍ପରିକ ଗହଣା ଯୋଜନା ଯଥା ବୋନସ୍ ପ୍ରଦାନ ଓ ସୁବିଧା ଆଦିରୁ ବାରଣ କରାଯାଇଛି । ହେଲେ ଏହି ବାରଣ ଏକକ ସ୍ୱାଧିକାରୀ, ଅଂଶୀଦାର, ଏଲ୍ଏଲ୍ପି ପ୍ରତି ପ୍ରଜୂଯ୍ୟ ନୁହେଁ । ଏହି କାରଣରୁ କେଜେଆଇଏଲ୍ ୨୦୧୬ ଜୁନ ଠାରୁ ପବ୍ଲିକ ଲିମିଟେଡ଼ କମ୍ପାନୀରେ ପରିଣତ ହୋଇଛି ଏବଂ ସେହି ସମୟରୁ ଦୃଢ଼ ନିୟମାବଳୀ ମଧ୍ୟରେ ଗହଣା କ୍ରୟର ଆଗୁଆ ଯୋଜନା କାର୍ଯ୍ୟକାରୀ କରିଛି । କେଜେଆଇଏଲଊ ସମ୍ପତ୍ତି ଧନବର୍ଷା ଓ ଅକ୍ଷୟ କ୍ରୟ ଆଗୁଆ ଯୋଜନା କାର୍ଯ୍ୟକାରୀ କରୁଛି । ଏହି ଯୋଜନାରେ ସାମିଲ ଗ୍ରାହକ ୧୧ ମାସ ପାଇଁ ମାସିକ କିସ୍ତି ପ୍ରଦାନ କରି ଏହାପରେ ସମସ୍ତ ସୁବିଧା ସହ ସେହି ମୂଲ୍ୟର ଗହଣା ଅନୁମୋଦିତ କମ୍ପାନୀ ନିୟମାବଳୀ ମଧ୍ୟରେ ନେଇପାରିବେ । ଧନବର୍ଷା ଓ ଅକ୍ଷୟ କ୍ରୟ ଆଗୁଆ ଯୋଜନା ଗ୍ରାହକଙ୍କ ଦ୍ୱାରା ଗ୍ରହଣୀୟ । ମାସିକ କିସ୍ତି ନଗଦ ଅର୍ଥ, ଡ଼ିଡ଼ି, ଚେକ୍ ଓ ଅନ୍ଲାଇନ୍ ଜରିଆରେ ପ୍ରଦାନ କରାଯାଇପାରିବ । ଗହଣା କ୍ରୟ ଆଗୁଆ ଯୋଜନାରେ ଗ୍ରାହକ ସଂଖ୍ୟାରେ ଆଖି ଦୃଶିଆ ବୃଦ୍ଧି ପାଇଁ କଲ୍ୟାଣ ଜ୍ୱେଲର୍ସ ଲକ୍ଷ୍ୟ ରଖିଛି । ଏହି ଯୋଜନାରେ ରାଜସ୍ୱ ୨୫% ପର୍ଯ୍ୟନ୍ତ ବୃଦ୍ଧି ପାଇପାରିବ ବୋଲି ଆଶା କରାଯାଉଛି ।