ଗାଁକୁ ଗାଁ ବୁଲି ସମସ୍ୟା ବୁଝୁଛନ୍ତି ଡ. ତିରୁପତି ପାଣିଗ୍ରାହୀ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳକୁ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଗାଁକୁ ଗାଁ ବୁଲି ବିଭିନ୍ନ ସମସ୍ୟା ବୁଝୁଥିବାର ଜଣାପଡିଛି । ଶ୍ରୀ ପାଣିଗ୍ରାହୀଙ୍କ ସମେତ ବରିଷ୍ଠ ବିଜେଡି ନେତା ପ୍ରଫେସର ମାରୁତ କୁମାର ପାଳ, ଗଜପତି ରାଓ ପ୍ରମୁଖ ଗସ୍ତ କରି ଲୋକଙ୍କ ବିଭିନ୍ନ ସମସ୍ୟା ବୁଝି ସମାଧାନ କରିବାରେ ସହାୟକ ହେଉଥିବାର ସ୍ଥାନୀୟ ଲୋକେ କହିଛନ୍ତି । ଶ୍ରୀ ପାଣିଗ୍ରାହୀ ଆଜି ଗୋଷାଣୀ ବ୍ଲକର ବାଘଶଳା ଆଦି ଗ୍ରାମାଞ୍ଚଳକୁ ଗସ୍ତ କରିଥିବାର ଜଣାପଡିଛି । ଶ୍ରୀ ପାଣିଗ୍ରାହୀଙ୍କ ଏପରି ବଦାନ୍ୟତାକୁ ନେଇ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଗ୍ରାମାଞ୍ଚଳର ଲୋକେ ଭୂୟସୀ ପ୍ରଶଂସା କରୁଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ