ଗାଁରେ ପଶିବାକୁ ପଞ୍ଜିକରଣ ଲୋଡ଼ା

(ଯୁଗାଦ୍ଦ ନ୍ୟୁଜ) , ମହାନ୍ ଓ ବିଚିତ୍ର ଦେଶ ଭାରତବର୍ଷ । ପୁରାତନ କାଳରୁ ଆଜି ପର୍ଯ୍ୟନ୍ତ ଭାରତବର୍ଷରେ ଅନେକ ଐତିହ୍ୟ ଓ ଆଶ୍ଚର୍ଯ୍ୟଜନକ କାହାଣୀମାନ ଲୁଚିରହିଛି । ଏହା ସହ ଅନେକ ପ୍ରଥା ଓ ପରମ୍ପରା ଆମ ଦେଶରେ ଚଳିଆସୁଛି । ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆମ ଦେଶରେ ଏମିତି ଏକ ଗାଁ ରହିଛି, ଯେଉଁଠି ପ୍ରବେଶ କରିବାକୁ ହେଲେ ଆପଣଙ୍କୁ ପଞ୍ଜିକରଣ କରି ପ୍ରବେଶ କରିବାକୁ ପଡ଼ିବ । ଭାରତର ଝାଡ଼଼ଖଣ୍ଡ ଏବଂ ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ଥିବା ରାୟପୁର ଗାଁରେ ରହିଛି ଏଭଳି ପ୍ରଥା । ଏହି ଗାଁକୁ ଆସୁଥିବା ବ୍ୟକ୍ତିଙ୍କୁ ଗାଁରେ ପ୍ରବେଶ କରିବା ପୂର୍ବରୁ ପଞ୍ଜିକରଣ ବାଧ୍ୟତାମୂଳକ ଭାବେ କରିବାକୁ ପଡ଼ିଥାଏ । ଗାଁରେ ପ୍ରବେଶ କରିବା ମାତ୍ରେ ଗାଁର ପ୍ରଥମାର୍ଦ୍ଧରେ ଥିବା ପଥରଖଣ୍ଡ ଉପରେ ଆପଣ ନିଜ ନାଁ, ଘର ଠିକଣା ଓ ତାରିଖ ଲେଖି ପ୍ରବେଶ କରିବା ଏଠାରେ ବାଧ୍ୟତାମୂଳକ ଭାବେ ପାଳନ କରାଯାଏ । ସୂଚନା ମୁତାବକ ଏଠାରେ ଅନୁସୂଚିତ ଜନଜାତିର ଲୋକମାନେ ବସବାସ କରନ୍ତି । ଯେଉଁମାନେ ଅନ୍ୟ ଅଞ୍ଚଳର ପ୍ରବାସୀ, ସେମାନେ ଏହି ଗାଁକୁ ଆସିବା ସମୟରେ ଶିଳାଖଣ୍ଡରେ ନିଜ ନାଁ, ଠିକଣା ଏବଂ ପଞ୍ଜିକରଣ କରିବାକୁ କଡ଼ାକଡ଼ି ନିୟମ ରହିଛି । ଗ୍ରାମରେ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ଏଭଳି ନିୟମ କରାଯାଇଥିବା ଜଣାପଡ଼ିଛି । ଗତ ୬ରୁ ୭ଦିନ ତଳେ ରାୟପୁରଠାରେ ଆଦିବାସୀ ସମ୍ପ୍ରଦ୍ରାର ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ତେବେ ଏହି ନିୟମ ପ୍ରଶାସନିକ ଅଧିକାରୀ ଏବଂ ନେତାମାନଙ୍କ କ୍ଷେତ୍ରରେ ଲାଗୁହୋଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ