ଗାଁରେ ପସି ଆକ୍ରମଣ; ଅଭିଯୁକ୍ତଙ୍କୁ ଧରି ପୁଲିସ ଜିମା ଦେଲେ ଗାଁ ଲୋକେ

ହାଟଡିହି,(ଓ୍ବାଇଏନ୍ଏସ୍): ତରତରା ପଞ୍ଚାୟତ ମହ୍ଲାରପଦା ଗ୍ରାମରେ ପସି ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିବା ଓ ଏହାକୁ ଗ୍ରାମବାସୀ ବିରୋଧ କରିବାରୁ ସେମାନଙ୍କୁ ଆକ୍ରମଣ କରି ଆହତ କରିବା ଘଟଣାରେ ଗ୍ରାମବାସୀ ମାନେ ତିନିଜଣ ଯୁବକଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି । ଖବରରୁ ଜଣାଯାଇଛି ଯେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳର ୬ଜଣ ଯୁବକ ଗତକାଲି ସକାଳେ ମହ୍ଲାରପଦା ଗ୍ରାମରେ ପହଞ୍ଚି ପୁର୍ବ ବିବାଦକୁ ନେଇ କେଶବ ପାତ୍ରଙ୍କ ପରିବାର ଲୋକଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏପରିକି ତାଙ୍କ ଘରର କବାଟ ଝରକା ଭାଙ୍ଗିବା ସହ ଭାତହାଣ୍ଡିକୁ ମଧ୍ୟ ବାହାରକୁ ଫୋପାଡି ଦେଇଥିଲେ । ଗ୍ରାମବାସୀମାନେ ବୁଝାସୁଝା କରିବାରୁ ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ଫଳରେ ରାଜୁ ସାହୁ ନାମକ ଜଣେ ଗ୍ରାମବାସୀ ଆହତ ହୋଇଥିଲେ । ଏହାକୁନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଗାଁ ଲୋକେ ସଂଘବଦ୍ଧ ହୋଇ ସଂପୃକ୍ତ ଯୁବକଙ୍କୁ ଧରିବାକୁ ଚେଷ୍ଟା କରିବାରୁ ୩ଜଣ ଦୌଡି ପଳାଇଥିବାବେଳେ ଗାଁ ଲୋକେ ତିନିଜଣଙ୍କୁ ଧରି ଅଟକ ରଖିବା ସହ ଆନନ୍ଦପୁର ପୁଲିସକୁ ହସ୍ତାନ୍ତର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ