ଗାଁସାଥୀ ସାଜିଲେ ଆର.ଟି.ଆଇ କର୍ମୀ

ଭୁବନେଶ୍ୱର,  ରାଜ୍ୟ ପଞ୍ଚାୟତିରାଜ ବିଭାଗରେ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ଦାବିରେ ଦୀର୍ଘ୧୨ ବର୍ଷ ଧରି ପଲ୍ଲୀରୁ ଦିଲ୍ଲୀ ଯାଏ ସଂଗ୍ରାମ ଜାରି ରଖିଛି ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା
ପ୍ରଦେଶ । ଦାବି ଥିଲା ଗ୍ରାମୀଣସ୍ତରରେ ପର୍ଯ୍ୟାପ୍ତ କାର୍ଯ୍ୟ ସହିତ ମାସିକ ସର୍ବନିମ୍ନ ୬୦୦୦(ଛଅ ହଜାର) ଟଙ୍କାରୁ ଉର୍ଦ୍ଧ୍ୱପ୍ରୋତ୍ସାହନ ରାଶି ପ୍ରାପ୍ତି । ଶେଷରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତିରାଜ ବିଭାଗର ଚିଠି ନଂ-୯୪୦ ତା
୧୧.୧.୧୯ ଅନୁସାରେ ସମ୍ପୂର୍ଣ୍ଣ ସ୍ପଷ୍ଟ କରାଗଲା ଯେ, ରାଜ୍ୟର ନ୍ୟାୟ ଆଶାୟୀ ସମସ୍ତ ଗାଁସାଥୀ (ମେଟ)ମାନେ ମାସକୁସର୍ବନିମ୍ନ ୧୦ ଦିନରୁ ଉର୍ଦ୍ଧ୍ୱ ଓ ବର୍ଷକୁ ଅତି କମ୍‌ରେ ୧୦୦ ଦିନରୁ ଉର୍ଦ୍ଧ୍ୱ ସରକାରୀ କାର୍ଯ୍ୟ ଦୈନିକ ୩୩୮ (ଝରଜ୍ଞସଗ୍ଦଳସକ୍ଷକ୍ଷରୟ ଡବଶରଗ୍ଦ) ହାରରେ ପାଇବେ । ଚିଠି ସିନା ହେଲା, ମାତ୍ର ବ୍ଲକ ଓ ପଞ୍ଚାୟତସ୍ତରରେ ଏହି ଚିଠିର ସଠିକକାର୍ଯ୍ୟକାରିତା ନହେବାରୁ ଗତ ୨୦୧୯ ମସିହା ନଭେମ୍ବର ୪ରୁ ନଭେମ୍ବର ୨୮ ଯାଏ ଜୋରଦାର ଲଢେଇ ଲଢିଲାସଂଘ ରାଜ୍ୟ ବିଧାନସଭା ଆଗରେ । ଶେେରେ ମନ୍ତ୍ରୀ ପଞ୍ଚାୟତିରାଜ ଶ୍ରୀ ପ୍ରତାପ ଜେନା ମହୋଦୟ ୨୫ ନଭେମ୍ବରରେତାଙ୍କ ବିଧାନସଭା ଦପ୍ତରରେ ଏକ ମିଳିତ ଆଲୋଚନା ଓ ପରେଂ ୨୮ ନଭେମ୍ବରରେ ରାଜ୍ୟର ସମସ୍ତ ପ୍ରମୁଖ ଗଣମାଧ୍ୟମଆଗରେ ସ୍ପଷ୍ଟ ବୟାନ ଦେଲେ ଯେ, ରାଜ୍ୟର ସମସ୍ତ ନ୍ୟାୟ ଆଶାୟୀ ଗାଁସାଥୀ (ମେଟ)ମାନେ ମାସକୁ ସର୍ବନିମ୍ନ ୧୦ଦିନ ଓ ଏକ ଆର୍ଥିକ ବର୍ଷ ମଧ୍ୟରେ ଅତି କମ୍‌ରେ ୧୦୦ରୁ ଉର୍ଦ୍ଧ୍ୱ ସରକାରୀ କାର୍ଯ୍ୟ ନିଶ୍ଚିତ ପ୍ରାପ୍ୟ ସହିତ ପାଇବେ ।ଦରକାର ପଡ଼ିଲେ ରାଜ୍ୟ ସରକାର ତାଙ୍କର ନିଜସ୍ୱ ପାଣ୍ଠିରୁ ଏହାକୁ ଭରଣା କରିବେ । ମାତ୍ର ସେ ଚିଠି ଓ ପ୍ରତିଶ୍ରୁତି ବ୍ଲକ
ଓ ପଞ୍ଚାୟତସ୍ତରରେ ସଠିକ୍ ଭାବରେ କାର୍ଯ୍ୟକାରୀ ନହେବାରୁ ଗାଁସାଥୀ ସଂଘର ରାଜ୍ୟ ସଂଗଠକମାନେ ଆଜି ଏକନିଆରା ଢଙ୍ଗରେ ଆର.ଟି.ଆଇ. (ସୂଚନା ଅଧିକାର ଆଇନ୍‌) ଜରିଆରେ ସରକାରଙ୍କ ଚିଠି ଓ ପ୍ରତିଶ୍ରୁତିର ଫଳାଫଳକୁନେଇ ମିଳିତ ଭାବରେ ରାଜ୍ୟ ଲୋକସେବା ଭବନ ଅଭ୍ୟର୍ଥନା କକ୍ଷରେ ଏକତ୍ରିତ ହୋଇ ସୂଚନା ମାଗିବା ଆରମ୍ଭକରିଛନ୍ତି । ଏପରିକି ପ୍ରତି ସପ୍ତାହରେ ଗୋଟିଏ ଦିନ ସ୍ଥିର କରି ୫୦ଜଣ ଗାଁସାଥୀ ସଂଗଠକ ଭୁବନେଶ୍ୱର ଆସି ସେହିଆରଟିଆ କାଉଣ୍ଟରେ ସୂଚନା ମାଗିବା ପାଇଁ ସ୍ଥିର ନିଷ୍ପତ୍ତି ନିଆଯାଇଛି ବୋଲି ସଂଗର ରାଜ୍ୟ ସାଧାରଣ ସମ୍ପାଦକଲକ୍ଷ୍ମୀଧର ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ଗାଁସାଥୀଙ୍କ ଚିଠିର କାର୍ଯ୍ୟକାରିତା, ମନରେଗାଯୋଜନର ବିଭିନ୍ନ ଅନୀତି ଦୁର୍ନୀତି ବାବଦରେ ସୂଚନା ମାଗିବା ସହିତ ରାଜ୍ୟର ବିଭିନ୍ନ ବିକାଶମୂଳକ ଯୋଜନାରକାର୍ଯ୍ୟକାରିତା ଓ ବାସ୍ତବ ରୂପାୟନକୁ ଭିତ୍ତି କରି ମଧ୍ୟ ଅନେକ ସୂଚନା ମାଗିବା ସହିତ ହଜାର ହଜାର ଗାଁସାଥୀଙ୍କ ସଠିକପ୍ରଶିକ୍ଷଣ ଦେଇ ଆରଟିଆଇ କର୍ମୀ ଭାବେ ଗଢି ତୋଳିବା ଲାଗି ସଂଘ ସମ୍ପୂର୍ଣ୍ଣ ଉଦ୍ୟମ ଜାରି ରଖିବ ବୋଳି ଶ୍ରୀ ବିଶ୍ୱାଳ
ମିଡ଼ିଆକୁ ଜଣାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାଁସାଥୀ ମେଟ୍‌) ସଂଗଠକ ମହାଦେବ ମାଝୀ,ହରିହର ନାହକ,ପରମାନନ୍ଦ ମାଝୀ ମିନାରାଣୀ ସିଂହ, ସନ୍ନ୍ୟାସୀ ନାୟକ, ଭାବଗ୍ରାହୀ ମହାନ୍ତ, ଶଙ୍କର୍ଷଣ ପଲାଇ ଓ ଅନ୍ୟ
୫୦ରୁ ଉର୍ଦ୍ଧ୍ୱ ଗାଁସାଥୀ (ମେଟ୍‌) ସଂଗଠକ ଲୋକସେବା ଭବନ ଅଭ୍ୟର୍ଥନା କକ୍ଷରେ ଏକ ଲାଇନ୍‌ରେ ଛିଡ଼ା ହୋଇସୂଚନା ମାଗିବାର ଦୃଶ୍ୟ ପରିଲକ୍ଷିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ