ଗାଁ ଉନ୍ନତି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତର ଇଞ୍ଚୋଳ ଗାଁକୁ ସର୍ବାଙ୍ଗ ସୁନ୍ଦର କରିବାପାଇଁ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଆଜି ହାଟଡିହି ଗୋଷ୍ଠୀ ଉଦନ୍ନୟନ ଅଧିକାରୀ ବିନିତା ବିଜୟିନୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ୨ଦିନ ପୁର୍ବେ ବିଡିଓ ଏହି ଗ୍ରାମକୁ ଗ୍ରସ୍ଥ କରିବା ସମୟରେ ମାର୍ଥା ପୋଖରୀର ସୌନ୍ଦର୍ଯ୍ୟ କରଣ, ଡୁଡାର ଉନ୍ନୟନ, ଗ୍ରାମ୍ୟ ଉନଦ୍ୟାନ, ପାଠାଗାର, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ ଦୋଳି, ଜଳ ଫୁଆର, ବିରଞ୍ଚି ନାରାୟଣ ମନ୍ଦିର ଆଦି ବୁଲି ଦେଖିବାପରେ ଉହାର ଉନ୍ନତିକରଣ କରିବାପାଇଁ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥିପାଇଁ ବିକାଶ ମଞ୍ଚ ପକ୍ଷରୁ ଚନ୍ଦନ ପଣ୍ଡା, ଉମାକାନ୍ତ ପଣ୍ଡା, ଜ୍ୟୋତିର୍ମୟ ପଣ୍ଡା, ସାଇବ ପଣ୍ଡା, କିରଣ ପଣ୍ଡା ପ୍ରମୁଖ ବିଡିଓଙ୍କୁ ଭେଟି ଏକ ଦାବିପତ୍ର ଆଜି ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ