ଗାଁ କୁ ନାହିଁ ରାସ୍ତା;ଅଚିନ୍ତା ନିଦ୍ରାରେ ପ୍ରଶାସନ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ସରକାର ଜନ ସାଧାରଣ ଙ୍କ ସୁବିଧା ପାଇଁ ଯୋଜନା ପରେ ଯୋଜନା କରି ସାରା ରାଜ୍ୟ ରେ ଡିଣ୍ଡିମ ପିଟୁଥିବା ବେଳେ ପ୍ରକୁତରେ ସମସ୍ତ ଯୋଜନା ଏବେ ବି ଅନେକ ଲୋକ ଙ୍କ ପାଖକୁ ପଂହଁଚି ପାରିନି ତାହା ଆଖିରେ ନଦେଖିଲେ ବିଶ୍ୱାସ କରି ହୁଏନି । ସ୍ୱାଧୀନତା ର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ୍ୟ ଆଜି ଏପରି କିଛି ଗାଁ ଅଛି,ଯାହା ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ଏପରି ଏକ ଗାଁ ର ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅବଦାନ ପଞ୍ଚାୟତରେ ସ୍ୱାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ୍ୟ ଅବଦାନ ପଞ୍ଚାୟତର କଳମ ଠାରେ ଶିକ୍ଷା ସ୍ୱାସ୍ଥ୍ୟ ତ ଦୂରର କଥା ଏଠି ଗମନା ଗମନ ପାଇଁ ରାସ୍ତା ଟିଏ ମଧ୍ୟ୍ୟ ନାହିଁ ।ଯେଉଁଥି ପାଇଁ ଗ୍ରାମବାସି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପକାରାସ୍ତା ଟିଏ ନଥିବାରୁ ରୋଗୀ ଟିଏ ମଧ୍ୟ୍ୟ ଉଚିତ ସମୟ ରେ ମେଡିକାଲରେ ପଂହଁଚି ପାରୁ ନଥିବା ଗ୍ରାମ ବାସି ମାନେ ଅଭିଯୋଗ କରୁଛନ୍ତି । ଖାଲି ଏତିକି ନୁହେଁ ଅନେକ ଲୋକେ ଭଲ ରାସ୍ତା ଟିଏ ନଥିବାରୁ ଏଠାରେ ପଡି ଆହତ ମଧ୍ୟ୍ୟ ହେଲେଣି | ଅବଦାନ ପଞ୍ଚାୟତ ର ଦୃଶ୍ୟ ଏତିକି ରେ ସରିନି,ଏଠାରେ ପଞ୍ଚାୟତ ର ପି.ଇ.ଓ ସୁରତ ପ୍ରଧାନ ଓ ନୋମିନ ମହେଶ୍ଵର ସାହୁ ଙ୍କୁ ବିଗତ ଦିନରେ ଗ୍ରାମ ବାସି ମାନେ ବାରମ୍ବାର ଅଭିଯୋଗ କରିବା ସତ୍ୱେ ଉଭୟ ନୋମିନ ଓ ପି.ଇ.ଓ ଙ୍କ ର ଖାମ ଖିଆଲ ମନ ଭାବ ଯୋଗୁଁ ଗାଁ କୁ ରାସ୍ତା ଟିଏ ମଧ୍ୟ୍ୟ ହୋଇ ପାରୁନାହିଁ । ତେଣୁ ଜିଲ୍ଲା ପ୍ରଶାସନ ଓ ସରକାର ଉଭୟ ତୁରନ୍ତ ଏ ଦିଗ ପ୍ରତି ଦୃଷ୍ଟି ଦେଇ କିଭଳି ଭାବେ କଳମ ଗାଁ କୁ ରାସ୍ତା ଟି ସଂଯୋଗ ହବ ତାର ସୁଵେବସ୍ତା କରିବା ପାଇଁ ଗ୍ରାମ ବାସି ମାନେ ଦାବି କରିଛନ୍ତି ।