ଗାଁ କୋଠ ନାଁରେ ମଦବେପାରିଠୁ ଟଙ୍କା ଆଣି ଆତ୍ମସାତ
ସାନଖେମୁଣ୍ଡି,(ପଦ୍ମ ଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗ୍ରାମପଞ୍ଚାୟତରେ ତିନିଦିନ ହେବ ଉତ୍ତେଜନା ମୁହାଁମୁହିଁ ପରିସ୍ଥିତି ଲାଗିରହିଥିବା ଜଣାପଡିଛି | ଗାଁ କୋଠ ଯାନିଯାତ୍ରା ପାଇଁ ମଦ ବ୍ୟବସାୟୀଙ୍କ ଠାରୁ ଟଙ୍କା ଆଣି ଆତ୍ମସାତ କରି ହିସାବ ଗ୍ରାମବାସୀଙ୍କୁ ନ ଦେବାଯୋଗୁ ଡେଙ୍ଗାଡି ଗ୍ରାମରେ ଗ୍ରାମବାସୀ ସରପଞ୍ଚ ପ୍ରତିନିଧି ଅରୁଣ କୁମାର ସ୍ୱାଇଁଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ଦେଖିବାକୁ ମିଳିଛି | ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ସରପଞ୍ଚ ପ୍ରତିନିଧିଙ୍କ ମଧ୍ୟରେ ବୈଠକ ବସାଇ ସମାଧାନ କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା | ଡେଙ୍ଗାଡି ଗ୍ରାମପଞ୍ଚାୟତରେ ଗତ ୫ ବର୍ଷ ଧରି ଅରୁଣ କୁମାର ସ୍ୱାଇଁ ସରପଞ୍ଚ ଥିବାବେଳେ ବର୍ତମାନ ତାଙ୍କର ମା ସସି ସ୍ୱାଇଁ ସରପଞ୍ଚ ଅଛନ୍ତି | ସରପଞ୍ଚ ପ୍ରତିନିଧି ହିସାବରେ ଅରୁଣ କୁମାର ସ୍ୱାଇଁ ଦୀର୍ଘ ୮ ବର୍ଷ ହେବ ଯାନିଯାତ୍ରା ଗ୍ରାମର କୋଠ କାମ ବୁଝନ୍ତି | ଡେଙ୍ଗାଡି ଗ୍ରାମରେ ମଦ ବିକ୍ରୟ ହୋଇଥିବା ଯୋଗୁ ଗାଁ ଗୋଠ କୁ ୧ ଲକ୍ଷ ୮୦ ହଜାର ଟଙ୍କା ବାର୍ଷିକ ଦେଇଥାଏ | ହେଲେ ଦୀର୍ଘ ୮ ବର୍ଷ ହେବ କୋଠକୁ ଆସୁଥିବା ମଦରୁ ଟଙ୍କା ହିସାବ ଦେଉନାହାନ୍ତି ଅରୁଣ କୁମାର ସ୍ୱାଇଁ ଗ୍ରାମବାସୀ ଏକଜୁଟ ହୋଇ ହିସାବ ମାଗିଲେ ଧମକ ଚମକ ଦେବା ସହ ଗୁଣ୍ଡା ଲଗାଇବା କହୁଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି | ଏନେଇ ପାଟପୁର ପୋଲିସ ଉଭୟ ପକ୍ଷରୁ ବୈଠକ ଡାକି ସମାଧାନ କରିବାକୁ ତିନିଦିନ ହେବ ଡେଙ୍ଗାଡି ଯାଉଥିବା ବେଳେ ସରପଞ୍ଚ ପ୍ରତିନିଧି ଅରୁଣ କୁମାର ସ୍ୱାଇଁ ବୈଠକ କୁ ଆସୁନାହାନ୍ତି | ଘଟଣାଟି ଆହୁରି ଘନୀଭୂତ ହେଉଥିବାର ଦେଖିବାକୁ ମିଳୁଛି | ଗ୍ରାମବାସୀଙ୍କ ଦାବି ମୁତାବକ ଗ୍ରାମରେ ମଦ ବିକ୍ରୟ ବନ୍ଦ କରି ଟଙ୍କାର ହିସାବ ଦେବାପାଇଁ ଅଡ଼ି ବସିଛନ୍ତି | ଦୀର୍ଘ ୮ ବର୍ଷ ଧରି ସରପଞ୍ଚ ଏବଂ ସରପଞ୍ଚ ପ୍ରତିନିଧି କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ କରିବା ସହ ଟଙ୍କା ହଡପ କରିବାର ଦୁର୍ନୀତିରେ ଲିପ୍ତ ଥିବା ନେଇ ଗ୍ରାମବାସି ମାନେ ଅଭିଯୋଗ କରିଛନ୍ତି |ଏହି ସବୁ ସମସ୍ୟାର ସମାଧାନ କରିବାପାଇଁ ଗ୍ରାମବାସୀ ମାନେ ପୋଲିସ ଏବଂ ଉଚ କର୍ତ୍ତୃପକ୍ଷ ମାନଙ୍କ ପାଖରେ ଦାବି ଜଣାଇଛନ୍ତି | ସରପଞ୍ଚ ପ୍ରତିନିଧି ଏବଂ ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିବା ବେଳେ ସରପଞ୍ଚ ଶ୍ରୀମତୀ ସସି ସ୍ୱାଇଁ ଗ୍ରାମର ୨୦୦ ଲୋକଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି | ଅଭିଯୋଗ ଟି ହେଉଛି ଗାଁ ଲୋକମାନେ ତାଙ୍କ ଘରକୁ ଢେଲା ପଥର ମାରିବା ସହ ମୋ ପୁଅ ଅରୁଣ କୁମାର ସ୍ୱାଇଁ କୁ ଧମକ ଦେଉଥିବା କହି ପାଟପୁର ଥାନାରେ ଏତଲା ଦିଆଯାଇଛି | ଏନେଇ ପାଟପୁର ଥାନା ଅଧିକାରୀ ଗ୍ରାମବାସୀଙ୍କୁ ପଚାର ଉଚରା କରିବାରୁ ଗ୍ରାମବାସୀ ମାନେ ଉତ୍ତେଜନା ସୃଷ୍ଟି କରିଛନ୍ତି | ଶାନ୍ତି ଶୃଙ୍ଖଳା ପାଇ ପୋଲିସ ମୃତୟନ କରିଛି |