ଗାଁ ଗଣ୍ଡାରେ ବଣ୍ଟା ଯାଉଛି କରୋନା ରୋଗ

ବାଲିକୁଦା, (ଅନସୂୟା ରାଉତ) :ଏବେ କରୋନା ମହାମାରୀ ସହର ଛାଡି ମଫସଲ ଅଞ୍ଚଳରେ ଥିବା ଗାଁ ଗଣ୍ଡାରେ ନିଜର କାୟାବିସ୍ତାର କରିଚାଲିଛି। ବାଲିକୁଦା ଅଞ୍ଚଳର ୩୦ଗୋଟି ପଂଚାୟତର ଦୈନିକ ଅନେକ ବ୍ଯକ୍ତି କରୋନା ରୋଗରେ ପିଡିତ ହୋଇ ଘରେ ଲୁଚି ଛପି ଔଷଧ ଖାଇ ଆରୋଗ୍ୟ ଲାଭ ପାଇଁ ଉଦ୍ୟମ ଆରମ୍ଭ କରୁଛନ୍ତି। ସହରରେ ସଚେତନତା ପାଇଁ କରୋନା ଏବେ ଗାଁକୁ ମାଡିଆସିଛି। ଏହାର ମାଧ୍ଯମ ସାଜିଛନ୍ତି ଫେରିବାଲା, ପାଉରୁଟି ବାଲା, ଆଳୁଦମ୍ ଦହିବରା ବେପାରୀ ଓ ବିଭିନ୍ନ ବୁଲା ବେପାରୀ। ମାକ୍ସ ଗ୍ଲୋବ୍ ବ୍ୟବହାର ନକରି ଗାଆଁ ଗଣ୍ଡାରେ ଘରେ ଘରେ ବୁଲି ନିଜ ନିଜର ସାମଗ୍ରୀ ବିକ୍ରୀ କରି ଲାଭବାନ ହେଉଛନ୍ତି। କିନ୍ତୁ ବିଚରା ଗାଁ ଲୋକେ ଜିନିଷ ପତ୍ର କିଣିବା ସହିତ କରୋନା ମହାମାରୀ ରୋଗ ମଧ୍ୟ କିଣୁଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ବ୍ଯବସାୟ କରିବାକୁ ଆସୁଥିବା ବେପାରୀ ଜଗତସିଂହପୁରରୁ ଆସୁଛନ୍ତି। ଜିଲ୍ଲାରେ କୋଭିଡ୍ କଟକଣା ଲାଗୁ ନଥିବାରୁ ଏମାନେ ଖୁଲମ୍ ଖୁଲା ବିନା ମାକ୍ସ ରେ ଆସି ଗାଆଁ ଗଣ୍ଡାରେ ପସି କରୋନା ବାଣ୍ଟୁଛନ୍ତି। ସରକାରୀ ମାକ୍ସ୍ କଟକଣା କେବଳ ଧର୍ମକୁ ଆଖିଠାର। ଯଦି ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ଗାଁ ଲୋକେ ପୋକ ମାଛି ପରି ହନ୍ତ ସନ୍ତ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ