ଗାଁ ଗଣ୍ଡା ରେ ବୁଲିଲା ଶ୍ରୀ ରାମ ଙ୍କ ଅକ୍ଷତ କଳସ ରଥ
ନିମାପଡ଼ା, (ସନ୍ତୋଷ ଦାଶ):ଅଯୋଧ୍ୟା ରେ ପ୍ରଭୂ ଶ୍ରୀରାମ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ସାରା ଦେଶ ରେ ଶ୍ରୀରାମ ମନ୍ଦିର ଅକ୍ଷତ କଳସ ରଥ ପରିକ୍ରମା କରୁଥିବାବେଳେ ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ଅଞ୍ଚଳ ରେ ବି ଏହି ରଥ ପରିକ୍ରମା କରୁଛି। ବିଶ୍ଵହିନ୍ଦୁ ପରିଷଦ ଓ ଶ୍ରୀ ରାମ ସମିତି ପକ୍ଷରୁ ମିଳିତ ଭାବେ ଅକ୍ଷତ କଳସ ରଥ ଧୂମାଳୋ, ଦେସ୍ଥଳୀ, ବଉଲାଙ୍ଗ, ଜଙ୍ଗଲବୋରି, ଇଶାଣପୁର, ସୋରଭା ପ୍ରଭୃତି ପଞ୍ଚାୟତ ଅଞ୍ଚଳ ର ଗାଁ ଗଣ୍ଡା ପରିକ୍ରମା କରି ଅଯୋଧ୍ୟା ରୁ ବିଭିନ୍ନ
ଦେବ ଦେବୀ ମନ୍ଦିର ପାଇଁ ଆସିଥିବା ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ସେହିପରି ଶ୍ରୀ ରାମ ଭକ୍ତ ମାନେ ଘରେ ଘରେ ଅକ୍ଷତ ଚାଉଳ ପ୍ରଦାନ କରି ଆସନ୍ତା ୨୨ତାରିଖ ସୋମବାର ଦିନ ସମସ୍ତ ଙ୍କୁ ନିରାମିଷ ଭୋଜନ ଗ୍ରହଣ କରିବା ସହିତ ପ୍ରଭୂ ଶ୍ରୀରାମ ଙ୍କ ଉଦ୍ଦେଶ୍ୟରେ ଅଖଣ୍ଡ ଦୀପ ଜାଳି ଦୀପାବଳି ପାଳନ କରିବାକୁ ଅନୁରୋଧ କରିଛନ୍ତି। ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ନାରୀ ନେତ୍ରୀ ରାଜ ଲକ୍ଷ୍ମୀ ଦାଶ, ନୟାହାଟ ମଣ୍ଡଳ ସଭାପତି ଦୀନବନ୍ଧୁ ମହାନ୍ତି, ପ୍ରଭାତ କୁମାର ବିଶ୍ବାଳ, ମାନସ ମହାପାତ୍ର, ପ୍ରଫୁଲ୍ଲ ପରିଡ଼ା, ସନ୍ତୋଷ ଆଚାର୍ଯ୍ୟ, ଲିଙ୍ଗରାଜ ସ୍ଵାଇଁ, ଟୁଟୁ ନାୟକ, ବିଦ୍ୟାଧର ବେହେରା ପ୍ରମୁଖ ଗାଁ ଗାଁ ରଥ ସହିତ ବୁଲି ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ। ଅକ୍ଷତ କଳସ ରଥ କୁ ବିଭିନ୍ନ ସ୍ଥାନରେ ମହିଳା ମାନେ ଧୂପ, ଦୀପ, ପୁଷ୍ପ ଦେଇ ବନ୍ଦାପନା କରିଥିଲେ। ଅନେକ ଗ୍ରାମ ରେ ଶ୍ରଦ୍ଧାଳୁ ଭକ୍ତମାନେ ରଥ କୁ ବାଜା ବଜାଇ,ସଙ୍କୀର୍ତ୍ତନ କରି, ହରିବୋଲ ହୁଳହୁଳି ଦେଇ, ଜୟ ଶ୍ରୀ ରାମ ଧ୍ଵନୀ ଦେଇ ନିଜ ଗାଁ ମନ୍ଦିର କୁ ପାଛୋଟି ନେଇଥିଲେ। ଅକ୍ଷତ କଳସ ରଥ ରେ ହନୁମାନ ଚାଳିଶା ଶ୍ଳୋକ ବାଜିଥିଲା। ଏଥିପାଇଁ ଗାଁ ଗଣ୍ଡା ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।


