ଗାଁ ପିଲାଙ୍କୁ ଶିକ୍ଷା ଯୋଗାଉଛନ୍ତି ଗ୍ରାମର ୨ ଯୁବକ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିିଲ୍ଲା ମହମାରୀ କରୋନାରେ ଅନେକ ଲୋକଙ୍କ ଜୀବନ ଜିବିକା କ୍ଷତି ହୋଇଥିବା ବେଳେ ଅନେକ ଲୋକଙ୍କ ଧନ ସମ୍ପତି ମଧ୍ୟ ନଷ୍ଟ ହୋଇଛି । ବ୍ୟବସାୟୀମାନଙ୍କ କରଜଭାର ବଢି ଯାଇଛି । ହେଲେ ସେଥି ମଧ୍ୟରୁ ମୁଖ୍ୟତଃ ଶିକ୍ଷା ବ୍ୟବସ୍ଥା ପୁରାପୁରି ଠପ ହୋଇଯାଇଥିଲା । ମାର୍ଚ୍ଚ ମାସ ୨୦୨୦ ଠାରୁ ବିଦ୍ୟାଳୟ ଗୁଡିକ କୋଭିଡ କଟକଣା ଯୋଗୁଁ ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ କରିଦେଇଥିଲେ । ଯାହାରି ଫଳରେ ଅନକେ ଛାତ୍ରଛାତ୍ରୀ ପାଠପଢାରୁ ବଚିଂତ ରହିଲେ । ପୁଣି କିଛି ମାସପରେ ଶିକ୍ଷମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ୧୦ମ ଓ ଯୁକ୍ତ ୨ ବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ଏହି ୯ ମାସ ମଧ୍ୟରେ ଅନଲାଇନ ପାଠପଢାରୁ ମଧ୍ୟ ଅନେକ ସ୍ଥାନରେ ଛାତ୍ରଛାତ୍ରୀ ବଚିଂତ ଥିଲେ । କାରଣ କେଉଁ ଠାରେ ବିଦ୍ୟୁତ ସେବା ଅପହଂଚ ତ କେଉଁଠାରେ ମୋବାଇଲର ନେଟୱାର୍କ ପହଂଚି ପାରିନି । ସେହି ମଧ୍ୟରେ ୧ମ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୪୦ରୁ ଉର୍ଦ୍ଧ୍ୱ ପିଲାଙ୍କୁ ଗ୍ରାମରୁ ଶିକ୍ଷିତ ଯୁବକମାନେ ଶିକ୍ଷାଦାନ ଯୋଗଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଳକର ପିଣ୍ଡିକି ପଂଚାୟତର ପ୍ରତାପପୁର ଗ୍ରାମରେ । ଗ୍ରାମର ବିଦ୍ୟାଳୟ ବନ୍ଦ ହେବା ଠାରୁ ଗ୍ରାମର ୨ ଯୁବକ ବନମାଳୀ ନାୟକ, କାଳୁ ଚରଣ ପାଇକ ଗ୍ରାମର ୧ମ ଶ୍ରେଣୀ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୪୨ ଜଣ ଛାତ୍ରଛାତ୍ରୀଙ୍କୁ ସାମାଜିକ ଦୂରତା ରକ୍ଷାକରି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ଟି ଗୃହର ଛାତ୍ରଛାତ୍ରୀମାନଙ୍କୁ ସକାଳ ସନ୍ଧ୍ୟା ପାଠ ପଢାଉଛନ୍ତି । ଯାହାରି ଫଳରେ ୧ମ ଠାରୁ ୮ମ ପିଲାମାନେ ଯେପରି ନିଜର ପାଠ ପଢା ନଭୂଲି କିଛି ଶିକ୍ଷା ଗ୍ରହଣ କରିପାରିବେ ତାହାକୁ ନେଇ ଏହି ୨ ଯୁବକ ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ ସମୟ ଠାରୁ ବର୍ତମାନ ପର୍ଯ୍ୟନ୍ତ ପାଠ ପଢେଇ ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ