ଗାଁ ମୁହାଁ କରୋନା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଗାଁରେ ମାଡୁଛି କରୋନା ! ବ୍ୟାପିବାରେ ଲାଗିଛି ଥଣ୍ଡା, କାଶ, ଜ୍ୱର । ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଗାଁ ଗାଁରେ ଥଣ୍ଡା, କାଶ ଓ ଜ୍ୱର । ଗୋଟିଏ ଗୋଟିଏ ପରିବାରରେ ୪-୫ ଜଣ ଜ୍ୱରରେ ପଡିଛନ୍ତି । କାହାର ପତଳା ଝାଡ଼ା ହେଉଛି ତ କେହି କେହି ବାସ୍ନା ଓ ସ୍ୱାଦ ବାରି ପାରୁନଥିବା କହିଛନ୍ତି । ତେବେ ଲୋକଙ୍କ ଭିତରେ ଭୟ ଥିବାରୁ ଅଧିକାଂଶ ଡାକ୍ତରଖାନା ନଯାଇ ଔଷଧ ଦୋକାନରୁ ଔଷଧ କିଣି ଖାଉଛନ୍ତି । ଘର ଘର ବୁଲି ଲୋକଙ୍କୁ ସତର୍କ ଓ ସଚେତନ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ । ଲକ୍ଷଣ କୋଭିଡ ଟେଷ୍ଟ କରିବାକୁ ପରାମର୍ଶ ଦେଉଛନ୍ତି । ଏବେ କରୋନା ପରୀକ୍ଷା ପାଇଁ ଧିରେ ଧିରେ ଲୋକଙ୍କ ଭିତରେ ଆଗ୍ରହ ବଢୁଛିି । ଏହା ହେଉଛି      କନ୍ଧମାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ର ଘଟଣା ।ଏକ  ବେସରକାରୀ  ରିପୋର୍ଟରୁ ଜଣାପଡିଛି, ଯେ ଭାରତର ଗ୍ରାମାଂଚଳରେ ସ୍ଥିତି ହେଉଛି, ସଙ୍ଗୀନ  । ଏହି ରିପୋର୍ଟରେ ସତର୍କ କରାଇଦେଇଛି l ଭାରତର ଗ୍ରାମାଂଚଳରେ ବ୍ୟାପିବାରେ ଲାଗିଛି ମହାମାରୀ । ଲୋକେ ଥଣ୍ଡା, କାଶ, ଜ୍ୱରରେ ପୀଡ଼ିତ ହେଉଛନ୍ତି, ହେଲେ କରୋନା ପରୀକ୍ଷା କରିବାକୁ ରାଜି ହେଉନାହାନ୍ତି ।ସ୍ଥିତି ନିୟନ୍ତ୍ରଣ ନହେଲେ ସଂକ୍ରମଣରେ କନ୍ଧମାଳ  ଜିଲ୍ଲା ସବୁ ଜିଲ୍ଲା  ଠାରୁ ଟପିଯିବ ଏହି ଜିଲ୍ଲାରେ ପ୍ରଶାସନତରଫରୁ କୋଭିଡ୍ ନିୟମକୁ କଡାକଡ଼ି ପାଳନ କରା ଯାଉଥିବା ବେଳେ ତାହାକୁ ଜନସାଧାରଣ ମାନୁ ନଥିବା ଦେଖିବାକୁ ମିଳୁଛି l  ସଙ୍ଗରୋଧରେ ରହୁନାହାନ୍ତି, ଆକ୍ରାନ୍ତ ମାସ୍କ ପିନ୍ଧୁନାହାନ୍ତି, ସାମାଜିକ ଦୂରତା ରଖୁନାହାନ୍ତି l ସଙ୍ଗରୋଧ ଭୟରେ କୋଭିଡ୍ ଟେଷ୍ଟ କରୁନାହାନ୍ତି l ଅର୍ଥନୈତିକ ସ୍ଥିତି ଦୃଷ୍ଟିରୁ ଗ୍ରାମାଂଚଳରେ ନିୟମ ପାଳନ ମଧ୍ୟ ଢିଲା         ରହୁଛି l     ଗ୍ରାମାଞ୍ଚଳରେ    ସ୍ୱାସ୍ଥ୍ୟ  ଭିତ୍ତିଭୂମି ମଧ୍ୟ ଦୁର୍ବଳ ରହିଛି l ଦେଶରେ ପ୍ରଥମେ ବଡ଼ ବଡ଼ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲା । ଏହାକୁ ରୋକିବାକୁ ପ୍ରଶାସନିକ କଳ ତତ୍ପର ହୋଇଉଠିଥିଲେ । ତେବେ ଗ୍ରାମାଂଚଳରେ ସ୍ଥିତି ଉକ୍ରଟ ହେଲେ, କିପରି ଏହାକୁ ରୋକା ଯାଇପାରିବ, ଏହା ସରକାରଙ୍କ ପାଇଁ ସବୁଠୁ ବଡ଼ ଚେଲେଞ୍ଜ ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ହେଉଛି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ