ଗାଁ ରୁ ବାହାରେ ରହି ବି ମାସ୍କ ବାଣ୍ଟିଲେ ପ୍ରଫେସର ଙ୍କ ପରିବାର ଓ ଯୁବଗୋଷ୍ଠୀ
କଳାହାଣ୍ଡି,(ଓ୍ବାଇଏନ୍ଏସ୍):ସାରା ରାଜ୍ୟରେ ଏବେ କରୋନା ମହାମାରୀ ର କରୁଣ ଚିତ୍ର ଦେଖିବାକୁ ମିଳୁଥିବା ବେଳେ ଲକଡାଉନ ରେ ରହିଛି ସାରା ରାଜ୍ୟର ସହର ଠୁ ଗ୍ରାମାଞ୍ଚଲ ଗୃହବନ୍ଦୀ ହୋଇ ରହିଛନ୍ତି ଜନସାଧାରଣ କେବଳ ସଚେତନତା ହିଁ ଏକମାତ୍ର ବିକଳ୍ପ କରୋନା କୁ ପ୍ରତିହତ କରିବା ପାଇଁ, ଏହି ଭଳି ପରିସ୍ଥିତି ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ର ଜଣେ ସଚେତନ ବ୍ୟକ୍ତି ଯିଏ କି ସମ୍ବଲପୁର ଜ୍ୟୋତି ବିହାର ୟୁନିଭରସିଟି ରେ ଓଡିଆ ବିଭାଗ ର ପ୍ରଫେସର ଭାବେ କାର୍ଯରତ ଥିବା ଡ଼ ଗୋପୀନାଥ ବାଗ ନିଜ ଗାଁ ପ୍ରତି ଥିବା ଭଲପାଇବା କୁ ଦୃଷ୍ଟିରେ ରଖି ନିଜସ୍ୱ ଉଦ୍ୟମ ରେ ଗାଁ ର ଗରିବ ଶ୍ରେଣୀର ଲୋକଙ୍କୁ ମାଗଣା ରେ ମାସ୍କ ବଣ୍ଟନ କରିବା ପାଇଁ କୋକସରା ର କିଛି ଉଦ୍ୟମି ଯୁବଗୋଷ୍ଟି ଙ୍କୁ କହିଥିଲେ ସୋମବାର ପ୍ରଫେସର ଙ୍କ ପରିବାର ସଦସ୍ୟ ଓ ଯୁବଗୋଷ୍ଟି ମିଳିତ ରେ କୋକସରା ର ସମସ୍ତ ୱାଡ଼ ଓ ବିଭିନ୍ନ କାମ ରେ ଆସିଥିବା ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ ସାମାଜିକ ଦୁରତା, ଘରେ ରହିବା ଓ ସାବୁନ ରେ ବାରମ୍ବାର ହାତ ଧୋଇବା କୁ ପରାମର୍ଶ ମଧ୍ୟ ଦିଆଯାଇଛି ପ୍ରଫେସର ଙ୍କ ଏହି ଭଳି ସାଧୁ ଉଦ୍ୟମ କୁ କୋକସରା ଗ୍ରାମବାସୀ ମାନେ ପ୍ରଶଂସା ସହ ସାଧୁବାଦ ଜଣାଇଛନ୍ତି