ଗାଁ ଲୋକ ମିଳିମିଶି ଆମ୍ବ ଗଛମୂଳେ ପ୍ଲାଟଫର୍ମ ନିର୍ମାଣ କରିଛନ୍ତି।

ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତର କୁକେରମାହା ଗ୍ରାମବାସୀ ମିଳିମିଶି ଗାଁ ମୁଣ୍ଡରେ ରହିଥିବା ଆମ୍ବ ଗଛମୂଳେ ଏକ ପ୍ଲାଟଫର୍ମ ନିର୍ମାଣ କରିଛନ୍ତି।ଗ୍ରାମରେ ପ୍ରାୟ ୩୨ ପରିବାର ରହୁଥିବା ବେଳେ ପ୍ରତିପରିବାରରୁ ଜଣେ ଲେଖାଏଁ ପ୍ଲାଟଫର୍ମ ନିର୍ମାଣରେ ନିୟୋଜିତ ହୋଇଥିଲେ।ଏହି ପ୍ଲାଟଫର୍ମ ନିର୍ମାଣ ପାଇଁ କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସହଯୋଗ କରାଯାଇ ଗ୍ରାମବାସୀଙ୍କ ଶ୍ରମ ଦାନ ବାବଦକୁ ଲୋକଙ୍କୁ ବସ୍ତ୍ରମାନ ପ୍ରଦାନ କରାଯାଇଛି।ଏହି ଖରାଦିନ ମାନଙ୍କରେ ଗାଁ ଲୋକ ଏଣିକି ଗଛ ମୂଳେ ନିର୍ମାଣ କରିଥିବା ପ୍ଲାଟଫର୍ମରେ ବସାଉଠା କରିବା ସହ ଏଠି ପ୍ରତିସମୟରେ ଗାଁ ଲୋକ ବୈଠକ କରିପାରିବେ ବୋଲି ଉଦେଶ୍ୟ ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ