ଗାଁ ସରକାରୀ ନଳକୂପରୁ ପାଣି ନେବାରୁ ଯୁବତୀକୁ ମାଡ, ଥାନାରେ ମାମଲା ରୁଜୁ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) ହାଟଡିହି ବ୍ଲକ ନନ୍ଦିପଦା ଥାନା ରାଧାନଗର ପାଟଣା ଗ୍ରାମରେ ସରକାରୀ ନଳକୂପରୁ ପାଣି ନେବାକୁ କେନ୍ଦ୍ରକରି ଜଣେ ଯୁବତୀ ଓ ତାର ଭାଉଜକୁ ମାଡ ମାରି ଆହତ କରିଥିବା ଜଣାଯାଇଛି । ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ ହେବାପରେ ପୁଲିସ ଆହତ ମାନଙ୍କୁ ଚିକିତ୍ସା ପାିଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି । ଅଭିଯୋଗରୁ ଜଣାଯାଇଛି ଯେ ଗ୍ରାମର ଭାଗିରଥି ମହାନ୍ତିଙ୍କ ଘର ସମ୍ମୁଖରେ ଏକ ସରକାରୀ ନଳକୂପ ବସିଥିଲା । କିନ୍ତୁ ଗତ ୭ତାରିଖ ଦିନ ନଳକୂପଟି ଖରାପ ହୋଇଯିବାରୁ ଡଅଁର ପଞ୍ଚାୟତର ଏସିଏମ ଯାଇ ନଳକୂପଟିକୁ ମରାମତି କରିଥିଲେ । କିନ୍ତୁ ଗ୍ରାମର ଲକ୍ଷ୍ମୀଧର ଜେନାଙ୍କ ପୁଅ ଅଜୟ ଜେନା, ବନି ଜେନା ନଳକୂପ ମରାମତି ବାବଦ ୩୬୦ଟଙ୍କା ଦେବାକୁ ଭାଗିରଥି ମହାନ୍ତିଙ୍କ ଝିଅ ସୀମାରାଣୀ ମହାନ୍ତି ଙ୍କ ଝିଅ ସୀମାକୁ କହିଥିଲେ । ମାତ୍ର ଏତେ ଟଙ୍କା ଦେବାକୁ ସୀମା ମନାକରିବାରୁ ତାକୁ ନଳକୂପରୁ ପାଣି ନେବାକୁ ବାରଣ କରିôତଲେ । ସୀମା ଦୁଇଦିନ ପଡୋଶୀଙ୍କ ନଳକୂପରୁ ପାଣି ଆଣୁଥିବାବେଳେ ଆଜି ସକାଳେ ଗୋଟିଏ ବାଲଟି ପାଣି ସରକାରୀ ନଳକୂପରୁ ଆଣିଥିଲେ । ପାଣି ଆଣିବାରୁ ଅଜୟ ଜେନା, ପ୍ରାଣବଲ୍ଲବ ଜେନା, ରଙ୍ଗାଧର ଜେନା ପ୍ରମୁଖ ହଠାତ ଦଉଡି ।ସି କାହିଁକି ପାଣି ଆଣିଲୁ କହି ରାସ୍ତା ଉପରେ ତାଙ୍କ ଡ୍ରେସକୁ ଚିରି ତାଙ୍କୁ ପିଟାପିଟି କରିଥିଲେ । ଅତିରିକ୍ତ ମାଡ ହେଉଥିବା ଦେଖି ତାଙ୍କ ଭାଉଜ ଦଉଡି ଆସି ତାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କୁ ମଧ୍ୟ ପିଟାପିଟି କରିଥିଲେ । ଫଳରେ ଉଭୟ ନଣଦ ଓ ଭାଉଜ ଆହତ ହୋଇଥିଲେ । ଏପରିକି ଏନେଇ ଥାନାରେ ଅଭିଯୋଗ କଲେ ଜୀବନରେ ମାରିଦେବାକୁ ଧମକ ଚମକ ଦେଇଥିଲେ । କିଛି ପଡୋଶୀଙ୍କ ସହାୟତାରେ ସୀମା ଓ ତାର ଭାଉଜ ଆଜି ସକାଳୁ ଥାନାକୁ ଆସି ଅଭିଯୋଗ କରିବାପରେ ପୁଲିସ ଆହତ ଦ୍ୱୟଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।