ଗାଁ ସାଥୀ ସଂଘ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ); ନିଖିଳ ଓଡିଶା ଗାଁ ସାଥୀ ସଂଘ କେନ୍ଦ୍ରାପଡ଼ା ବ୍ଲକ ପକ୍ଷରୁ କେନ୍ଦ୍ରାପଡା ବିଡିଓଙ୍କୁ ବୁଧବାର ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ମନରେଗା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା, ପ୍ରବାସୀ ଶ୍ରମିକଙ୍କ ସହିତ ଗ୍ରାମରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨୦୦ ଦିନର କାମ ଯୋଗାଇ ଦେବା, ସମସ୍ତ ଲାଇନ୍ ବିଭାଗରେ ମନରେଗାକୁ ସାମିଲ କରିବା, ମନରେଗା କାମରେ ମେସିନ ବ୍ୟବହାର ବନ୍ଦ କରିବା, ମନରେଗା କାମର ସମସ୍ତ ଦାୟିତ୍ୱ ପୂର୍ବପରି ଗାଁ ସାଥୀଙ୍କ ଉପରେ ନ୍ୟସ୍ତ କରିବା, ସମସ୍ତ ଗାଁ ସାଥୀଙ୍କୁ କାମରେ ସାମିଲ କରି ପ୍ରାପ୍ୟ ପ୍ରଦାନ କରିବା ପ୍ରଭୃତି ୯ ଦଫା ଦାବିକୁ ନେଇ ଏକ ଦାବିପତ୍ର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରମିଳା ସାମଲ, ଜିଲା ସଭାପତି କ୍ଷୀରୋଦ କୁମାର ଖଟୁଆ, ଉପଦେଷ୍ଟା ରମଣୀ ରଞ୍ଜନ ରାଉତରାୟ, ଜିଲା ସମ୍ପାଦକ ନିତ୍ୟ ସୁନ୍ଦର ଜେନା, ମହାକାଳପଡ଼ା ବ୍ଲକ ସମ୍ପାଦକ ମୁକୁନ୍ଦ ମହାପାତ୍ର, କେନ୍ଦ୍ରାପଡ଼ା ବ୍ଲକ ଆବାହକ ସୁଶ୍ରୀ ଅଞ୍ଜଳୀ ପ୍ରଧାନ, ପ୍ରତାପ କୁମାର ଜେନା ଓ ପ୍ରସାନ୍ତ କୁମାର ଜେନା ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ