କରୋନା ଯୁଦ୍ଧରେ ବିଜୟୀ ହୋଇ କାର୍ଜ୍ୟରେ ଯୋଗଦେଲେ ଶିକ୍ଷୟତ୍ରୀ ସଙ୍ଗିତା
ହିଞ୍ଜିଳିକାଟୁ, (ସେଶଦେବା ସାହୁ) : ସଙ୍ଗରୋଧ କେନ୍ଦ୍ରରେ ଡ଼୍ୟୁଟି କରୁଥିଲା । ୧୪ ଦିନିଆ ଡ଼୍ୟୁଟି କରିବା ପରେ ନିଜର ସ୍ୱାବ ପରିକ୍ଷା କରାଇଥିିଲି । ପରୀକ୍ଷାରୁ ପଜିଟିଭ ଚିହ୍ନଟ ପରେ ସମ୍ପୁର୍ଣ୍ଣ ରୁପେ ଭାଙ୍ଗିପଡ଼ିଥିଲି । ମାତ୍ର ହିଞ୍ଜିଳିକାଟୁ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର ଏ ନେଇ ସାହସ ପ୍ରଦାନ କରିଥିଲେ । ପରେ ଚିକିତ୍ସା ସକାଶେ ବ୍ରହ୍ମପୁର ନିକଟସ୍ଥ ଶୀତଳାପଲ୍ଲୀ କୋଭିଡ଼ ହସପିଟାଲକୁ ନିଆଯାଇଥିଲା । ଚିକିତ୍ସାଧିନ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିୟାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ ମୋ ସହ କଥା ହେଲେ , ମତେ କୃତଜ୍ଞତା ଜଣାଇବା ସହ ମୋର ଆରଗ୍ୟୋ କାମନା କରିଥିଲେ । ସମସ୍ତଙ୍କ ଠାରୁ ଏଭଳି କୃତଜ୍ଞତା ପଶଇବା ପରେ ମୋର ମନୋବଳ ବୃଦ୍ଧି ପାଇଥିଲା । ଶେଷରେ ମୁ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିବା ସହ ନିଜ କାର୍ଯ୍ୟରେ ଯୋଗ ଦେଇଥିଲି । ଏହା କୌଣସି କାଳ୍ପନିକ ଘଟଣା ନୁହେଁ ବରଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ପୌରାଂଚଳର ଏକ ଉଚ୍ଚ ପ୍ରାଥମିକ ବିଦ୍ୟଳୟର କରୋନା ଯୋଦ୍ଧା ତଥା ଶିକ୍ଷୟତ୍ରୀ ସଙ୍ଗିତା ପାଣିଗ୍ରାହୀଙ୍କ ଅନୁଭୁତିର କଥା । ଗତ ମେ ମାସ ୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ବୋଧହୁଏ କୌଣସି ପ୍ରବାସୀଙ୍କ ସଂପ୍ସଶରେ ଆସି କରୋନାରେ ସଂକ୍ରମିତ ହୋଇଥିଲେ । ଡ଼୍ୟୁଟି ପରେ ମେ ୨୦ ତାରିଖରେ ହିଞ୍ଜିଳିକାଟୁ କୋଭିଡ଼ ହସପିଟାଲରେ ନିଜର ସ୍ୱାବ ପରୀକ୍ଷା କରାଇଥିଲେ । ୨୨ ତାରିଖ ଅପରାହ୍ନରେ ବିଡ଼ିଓ ପାତ୍ର, ସଂପୃକ୍ତ ଶିକ୍ଷୟତ୍ରୀ ପାଣିଗ୍ରାହୀଙ୍କୁ ପଂଚାୟତ ସମିତି କାର୍ଯ୍ୟାଳୟକୁ ଆସିବା ସକାଶେ ଅନୁରୋଧ କରିଥିଲେ । ସ୍ଥାନୀୟ ପୌରାଂଚଳ ମାଣିକନଗର ୪ର୍ଥ ଲାଇନରେ ରହୁଥିବା ଶିକ୍ଷୟତ୍ରୀ ନ୍ଖକ୍ସ ଝିଅର ବିବାହ ପରେ ଘରେ ଏକାକୀ ରହି ଆସୁଥିଲେ । ବିଡ଼ିଓ ପାତ୍ରଙ୍କ ଫୋନ ପାଇବା ପରେ ଶିକ୍ଷୟତ୍ରୀ ବ୍ଳକ କାର୍ଯ୍ୟାଳୟରେ ପଂହଚିଥିଲେ । ତାଙ୍କରି ସ୍ୱାବ ଟେଷ୍ଟ ରିପୋର୍ଟ ଆସିଯାଇଛି ଏବଂ ରିପୋର୍ଟ ପଜିଟିଭ ଥିବା ଜାଣିବା ପରେ ସମ୍ପୁର୍ଣ୍ଣ ଭାଙ୍ଗି ପଡ଼ିବା ସହ କୋକଭରା କଣ୍ଠରେ କାନ୍ଦିବାକୁ ଲାଗିଥିଲେ । ଶିକ୍ଷୟତ୍ରୀ ଜରକ ଥିଲେ ହିଞ୍ଜିଳିକାଟୁ ଅଂଚଳର ପ୍ରଥମ କରୋନା ଯୋଦ୍ଧା । ତାଙ୍କରି ନିକଟରେ କରୋନାର କୌଣସି ଲକ୍ଷଣ ନଥିଲେ ମଧ୍ୟ ପଜିଟିଭ ବାହାରିବା ପରେ ନିଜକୁ ବିଶ୍ୱାସ କରି ପାରିନଥିଲେ । ବ୍ଳକ କାର୍ଯ୍ୟାଳୟରେ ଉପସ୍ତିତ ସମସ୍ତ ଅଧିକାରୀ, ଶିକ୍ଷୟତ୍ରୀଭ୍କୁ ଆଶ୍ୱାସନା ଦେବା ସହ ଧୌର୍ଯ୍ୟର ସହ ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ । ୨୨ ତାରିଖ ଦିନ ଶିକ୍ଷୟତ୍ରୀଙ୍କୁ, ତହସିଲଦାର କୁଅଁର ନିଜେ ଯାଇ ଶୀତଳାପଲ୍ଲୀ କୋଭିାଡ଼ ହସପିଟାଲରେ ଚିକିତ୍ସା ସକାଶେ ଭର୍ତି କରାଇଥିଲେ । ହସପିଟାଲରେ ଭର୍ତି ହେବା ପରେ ନିଜର ମୋବାଇଲକୁ ସୁଇଚ ଅଫ୍ କରିବା ସହ ଧୌର୍ଯର ସହ ମୁକାବିଲା କରିବା ପାଇଁ ଅଂଟା ଭିଡ଼ିଥିଲେ । ମେ ୨୩ ତାରିିଖରେ ଜିଲ୍ଲାପାଳ କୁଲାଙ୍ଗେ, ୨୪ ତାରିଖରେ ୫ଟି ସଚିବ ପାଣ୍ଡିୟାନ ଓ ପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସଂପୃକ୍ତ ଶିକ୍ଷୟତ୍ରୀଙ୍କ ସହ କଥା ହେବା ସହ ଆରୋଗ୍ୟ କାମନା କରିଥିଲେ ଓ ଧୌର୍ଯ୍ୟର ସହ ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ । ସମସ୍ତଙ୍କ ନିକଟରୁ ପ୍ରେରଣା ପାଇବା ପରେ ଶିକ୍ଷୟତ୍ରୀଙ୍କ ସାହସ ଦ୍ୱିଗୁଣିତ ହୋଇଥିଲା । ମେ ୩୧ ତାରିଖରେ ସମ୍ପୁର୍ଣ୍ଣ ସୁସ୍ଥ ଦର୍ଶାଇ ଶିକ୍ଷୟତ୍ରୀଙ୍କୁ ମେଡ଼ିକାଲରୁ ଡ଼ିସଚାର୍ଜ କରାଯାଇଥିଲା । ତହସିଲଦାର କୁଅଁର ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହ ମୋର ବାସଭବନରେ ପଂହଚାଇ ଦେଇଥିଲେ । ସାହି ପାଡ଼ୋଶୀ ଶିକ୍ଷୟତ୍ରୀଙ୍କୁ ମଧ୍ୟ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇଥିଲେ । ଏହା ପରେ ଶିକ୍ଷୟତ୍ରୀ ଜଣକ ଘରେ ୧୪ ଦିନ ସକାଶେ ହୋମ କ୍ୱାରେଂଟାଇନରେ ରହିଥିଲେ । ବିଦ୍ୟାଳୟ ଗ୍ରୀଷ୍ମ ଅବକାଶ ପରେ ଜୁନ ୧୮ ତାରିଖରେ ବିଦ୍ୟାଳୟ ଖୋଲାଯିବା ପରେ ବିଦ୍ୟାଳୟରେ ଜଏନ କରିବା ସହ ନିଜର ଡ଼୍ୟୁଟି ଆରମ୍ଭ କରି ଦେଇଥିଲେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ କାର୍ଯ୍ୟରେ ସହଯୋଗ କରିଥିଲେ । ଏପରି ପରିସ୍ଥିତିରେ ମଧ୍ୟ ସଂପୃକ୍ତ ଶିକ୍ଷୟତ୍ରୀଙ୍କୁ କୌଣସି ଲୋକେ ଘୃଣା ଚକ୍ଷୁରେ ଦେଖିନଥିଲେ ବରଂ ସମସ୍ତେ ସହଯୋଗ କରିବା ସହ ଉତ୍ସାହିତ କରିଥିଲେ । ଭଗବାନଙ୍କ କୃପାରୁ ଭଲରେ ଥିବା ଜଣାଇଛନ୍ତି । କରୋନା ଯୋଦ୍ଧା ଭାବେ ସମ୍ମାନିତ କରିଥିବାରୁ ନିଜକୁ ବହୁତ ଗର୍ବ ଲାଗୁଛି ବୋଲି ପ୍ରତିକ୍ରିୟାରେ ଜଣାଇଛନ୍ତି । ଜୀବନରେ ସଂଗ୍ରାମ କରି ଆଜି ଏଭଳି ସ୍ଥିତିରେ ପଂହଚିଛି । ଏଥି ସକାଶେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନର ତୃଣମୁଳ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ନିଜର ଶ୍ରେୟ ପ୍ରଦାନ କରିଛନ୍ତି ।


