ଗାଁ ସାଥୀ ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଗାଁ ସାଥୀ(ମେଟ) ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ବସନ୍ତ କୁମାର ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପତ୍ରସଂଖ୍ୟା- ୧୨୧୩୦ ତା ୨୯.୦୭.୨୦୨୧ ଓ ପତ୍ରସଂଖ୍ୟା- ୧୩୪୨୩ ତା ୧୭.୦୮.୨୦୨୧ ଏବଂ ରାଜ୍ୟ ମିଶନଶକ୍ତି ବିଭାଗର ପତ୍ର ସଂଖ୍ୟା- ୩୫୨ ତା ୧୯.୦୮.୨୦୨୧କୁ ତୁରନ୍ତ ପ୍ରତ୍ୟାହାର କରି ନେବା, ଗାଁସାଥୀମାନଙ୍କୁ ମାସକୁ ସର୍ବନିମ୍ନ ୧୦ଦିନ ଓ ବର୍ଷକୁ ଏକଶହ ଦିନର ନିଶ୍ଚିତ କାର୍ଯ୍ୟ ପ୍ରଦାନ ଓ ଅର୍ଦ୍ଧକୁଶଳୀ ଶ୍ରମିକର ମଜୁରୀ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନକୁ ସ୍ପଷ୍ଟ ନିର୍ଦେଶ ପ୍ରଦାନ କରାଯିବା, ଗାଁସାଥୀଙ୍କୁ ୨୦ହଜାର ଟଙ୍କାର କୋଭିଡ ସହାୟତା ପ୍ରଦାନ, ଜବକାର୍ଡଧାରୀଙ୍କୁ ବର୍ଷକୁ ୨ଶହ ଦିନର କାର୍ଯ୍ୟ ପ୍ରଦାନ ଓ ସେମାନଙ୍କୁ ୨୧୫ଟଙ୍କା ବଦଳରେ ୩ଶହ ଟଙ୍କା ମଜୁରୀ ପ୍ରଦାନ,୨୦୦୮ମସିହାରୁ କାର୍ଯ୍ୟରତ ଗାଁସାଥୀଙ୍କୁ ମାସିକ ୮ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ ଓ କାର୍ଯ୍ୟ କରୁଥରବା ମେଟମାନଙ୍କର ବକେୟା ପ୍ରଦାନ କରାଯିବା ପାଇଁ ଦାବି କରାଯାଇଛି । ସଙ୍ଘ ପକ୍ଷରୁ ଜିଲ୍ଲା ସମ୍ପାଦକ ଅନିଲ କୁମାର ଜେନା, ଧରାଶ୍ରୀ ପରିଡା, ଲତିକା ସ୍ୱାଇଁ, ମମତା ନାୟକ, ବିକ୍ରମ ବିଶ୍ୱାଳ, ଶସ୍ମିତା ସାହୁ, ଦେବାଶିଷ ମଳିକ, ସୁରଜିତ ବେହେରା, ବିନୟ କୁମାର ମଳିକ, ନବଘନ ସାହୁ, ସୁଶାନ୍ତ କୁମାର ବିଶ୍ୱାଳ, ଅଜୟ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ଦାସ, କବି ପ୍ରସାଦ ମଳିକ, ବରଦା କାନ୍ତ ପାତ୍ର ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।