ଗାଆଁ ଗାଆଁରେ ଗାଈଗୋରୁ ଫାଟୁଆ ରୋଗରେ ଆକ୍ରାନ୍ତ ; ଚାଷୀକୂଳ ଚିନ୍ତିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଗାଈଗୋରୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି I ଏପରିକି କିଛି ସ୍ଥାନରେ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇ ଉପଯୁକ୍ତ ଚିକିତ୍ସା ନପାଇ ଗାଈଗୋରୁ ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳିଛି I ଫଳରେ ବିଭିନ୍ନ ଗ୍ରାମରେ ଗାଈଗୋରୁ ରଖିଥିବା ଗରୀବ ଚାଷୀଙ୍କ ଚିନ୍ତା ବଢିଯାଇଛି I ରବିବାର ଦିନ ବ୍ଳକ୍ ର ଗାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ବୋରୀ ଗ୍ରାମର ମହେଶ୍ଵର ବିଷୋୟୀଙ୍କ ଏକ ବଡ ଗୋରୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି I ସେହିପରି ଗ୍ରାମର ନବୀନ ଭୂୟାଁଙ୍କ ଏକ ବାଛୁରୀକୁ ମଧ୍ୟ ଫାଟୁଆ ରୋଗ ହେବା ସହିତ ବାଛୁରୀଟିର ଦେହସାରା ଫଳି ଯାଇଥିବା ଦେଖିବାକୁ ମିଳିଛି I ଗ୍ରାମର ନାରୂ ପାଣି ମଧ୍ୟ ନିଜ ଗାଈକୁ ଫାଟୁଆ ରୋଗ ହୋଇଥିବାରୁ ସେ ଚି଼ନ୍ତିତ ହୋଇପଡିଥିବା ପ୍ରକାଶ କରିଛନ୍ତି I ଅନ୍ୟପକ୍ଷରେ ପ୍ରାଣୀ ଚିକିତ୍ସା ବିଭାଗ ଏ ଦିଗରେ ସମ୍ପୂର୍ଣ୍ଣ ଅଜଣା ଥିବା ବେଳେ ଗାଙ୍ଗପୁର ପଶୁ ଚିକିତ୍ସାଳୟର ପିଅନ ଆସି ଗାଈଗୋରୁଙ୍କୁ ଇଞ୍ଜେକ୍ସନ୍ ଦେଉଥିବା ପ୍ରକାଶ କରିଛନ୍ତି I ସେହିପରି ପାଇଲିପଡା ଅଞ୍ଚଳରେ କିଛି ଗାଈଗୋରୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି I ତେଣୁ ଗରୀବ ଚାଷୀଙ୍କ ଗାଈଗୋରୁଙ୍କ ସୁରକ୍ଷା ପାଇଁ ପ୍ରାଣୀ ଚିକିତ୍ସା ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁବୋଲି ବିଭିନ୍ନ ଗ୍ରାମବାସୀ ଦାବି କରିଛନ୍ତି I