ଗାଙ୍ଗପଡା ସମିତିସଭ୍ୟ ଉପନିର୍ବାଚନରେ ବିଧାୟକ ଶଶୀଭୂଷଣଙ୍କ ଚତ୍ମକାରୀତା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଂଚାୟତ ଉପନିର୍ବାଚନରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ଚତ୍ମତକାରୀତା ଦେଖିବାକୁ ମିଳିଛି । ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ଦିନଧାର୍ଯ୍ୟ ହୋଇଥିବାରୁ ସେ ରାତିସାରା ଉଜାଗର ରହି ପ୍ରତିପକ୍ଷମାନଙ୍କୁ ବୁଝାଶୁଝା କରି ବିଜେଡି ସମର୍ଥିତ ପ୍ରାଥିୀଙ୍କ ପଥ ନିଷ୍କଟଙ୍କ କରିବା ପାଇଁ ସମସ୍ତ ପ୍ରଚେଷ୍ଟା କରିଥିଲେ ବିଧାୟକ ଶ୍ରୀ ବେହେରା । ଦଳମତ ନିର୍ବିଶେଷରେ ସମସ୍ତ ବିରୋଧୀ ପ୍ରାଥିୀମାନଙ୍କୁ ମନାଇ ସାରା ଜିଲ୍ଲାକୁ ଏକ ନୂତନ ବାର୍ତ୍ତା ଦେବାରେ ସମର୍ଥ ହେଲେ ବିଧାୟକ ଶ୍ରୀ ବେହେରା । ବିଧାୟକ ଶ୍ରୀ ବେହେରାଙ୍କ ପ୍ରଚେଷ୍ଟାରେ ପଂଚାୟତର ସମସ୍ତ ପ୍ରତିଦ୍ୱନ୍ଦି ପ୍ରାଥ୍ରୀ ସଦ୍ୟ ବିଧବା ହୋଇଥିବା ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଅନାମବନ୍ଧୁ ଧଳଙ୍କ ପତ୍ନୀ ମମତାରାଣୀ ଧଳଙ୍କ ପାଇଁ ନିସ୍ୱାର୍ଥପର ଭାବେ ପ୍ରତିଦ୍ୱନ୍ଦିତାରୁ ଓହରି ଯାଇଥିବା ଦେଖାଯାଇଛି । ପଂଚାୟତର ସର୍ବାଙ୍ଗିନ ବିକାଶକୁ ଆଖି ଆଗରେ ରଖି ସମସ୍ତେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଫଳରେ ଶ୍ରୀମତୀ ଧଳ ଗାଙ୍ଗପଡା ପଂଚାୟତର ସମିତିସଭ୍ୟା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇପାରିଲେ । ବିଧାୟକ ଶ୍ରୀ ବେହେରାଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରସଂଶା କରୁଥିବା ଦେଖାଯାଇଛି ।