ଗାଙ୍ଗପୁରରେ ଦିବ୍ୟାଙ୍ଗ ଭଜନ ସନ୍ଧ୍ୟା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଦୂନିଆକୁ ସ୍ପଷ୍ଟ ରୂପେ ଦେଖି ପାରୁନଥିଲେ ମଧ୍ୟ ନିଜ ପେଟ ପୋଷିବା ପାଇଁ କାହା ପାଖରେ ହାତ ନ ପତାଇ ନିଜର ଅନ୍ତର୍ନିହିତ କଳା ମାଧ୍ୟମରେ ନିଜ ପାଇଁ ଦାନା ଯୋଗାଡ଼ କରୁଛନ୍ତି ଗଞ୍ଜାମ ଜିଲ୍ଳା ବାଲିପଦର ଅଞ୍ଚଳର ମାଆ ସିଂହାସନୀ ଭୀମଭୋଇ ଦିବ୍ୟାଙ୍ଗ ଭଜନ ସନ୍ଧ୍ୟା ଟିମ୍ ର କଳାକାର ମାନେ I ଏହି କଳାକାର ମାନେ ବିଭିନ୍ନ ସ୍ଥାନକୁ ଯାଇ ମନ ଛୁଆଁ ଭଜନ ପରିବେଷଣ କରିବା ସହିତ ସାଧାରଣ ଲୋକଙ୍କ ଠାରୁ ଯେଉଁ ସହାୟତା ପାଇଥାନ୍ତି ସେଥିରେ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି I ଗଞ୍ଜାମ ଜିଲ୍ଳା ବୁଗୁଡ଼ା ବାଲିପଦର ଅଞ୍ଚଳର ଏହି ମାଆ ସିଂହାସନୀ ଭୀମଭୋଇ ଦିବ୍ୟାଙ୍ଗ ଭଜନ ସନ୍ଧ୍ୟା ଟିମ୍ ର କଳାକାର ମାନଙ୍କ ଦ୍ୱାରା ବେଲଗୁଣ୍ଠା ଗାଙ୍ଗପୁର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଅନୁଷ୍ଠିତ ହୋଇଯାଇଛି ଏକ ଭାବପୂର୍ଣ୍ଣ ଭଜନ ସନ୍ଧ୍ୟା I ଭଜନ ଟିମ୍ ର ନୀର୍ଦ୍ଦେଶକ ବବୃ୍ବାହାନ ସ୍ଵାଇଁଙ୍କ ନିର୍ଦ୍ଦେଶନାରେ ଦିବ୍ୟାଙ୍ଗ କଳାକାର ବାଳକୃଷ୍ଣ ସ୍ୱାଇଁ, ସୂର୍ଯ୍ୟମଣି ବିଷୋୟୀ, ରଶ୍ମିତା ଗୁରୁ, ସୁଲେଖା ପ୍ରଧାନ,ରତ୍ନାକର ସେଠୀ, ବାବୁ ନାହାକ, ମଙ୍ଗୁଳୁ କଅଁର ପ୍ରମୁଖ ନିଜର ସୁଲଳିତ ସ୍ଵରରେ ଭଜନ ପରିବେଷଣ କରିଥିବା ବେଳେ ସାଉଣ୍ଡ୍ ଅପରେଟର୍ ରଞ୍ଜିତ୍ ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଶତାଧିକ ଶ୍ରୋତା ଏହି ଭଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ I ତେବେ ଏହି ସଙ୍ଗୀତ ପରିବେଷଣ କଳା ଯୋଗୁଁ ଏହି ଦିବ୍ୟାଙ୍ଗ କଳାକାର ମାନଙ୍କର ପରିବାର ପ୍ରତିପୋଷଣ ଏବଂ ତାଙ୍କ ସନ୍ତାନ ମାନଙ୍କର ପାଠ ପଢ଼ା କାର୍ଯ୍ୟ ସମ୍ଭବ ହୋଇପାରୁଥିବା ଯୋଗୁଁ ସେମାନଙ୍କୁ ଅଧିକ ସ୍ଥାନରେ ଭଜନ ପରିବେଷଣ କରିବାକୁ ସୁଯୋଗ ଦେବାକୁ ୯୩୩୭୨୯୯୭୮୨ ନମ୍ବର୍ ରେ ଯୋଗାଯୋଗ କରିବା ପାଇଁ ଭଜନ ସନ୍ଧ୍ୟା ଟିମ୍ ସଦସ୍ୟ ସୂର୍ଯ୍ୟମଣି ବିଷୋୟୀ ଅନୁରୋଧ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ