ଗାଙ୍ଗପୁର ଚାରି ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷାକ ଓ ଜୋତା ବିତରଣ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁରର ଚାରୋଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁଙ୍କୁ ମାଗଣା ପୋଷାକ,ଜୋତା ଏବଂ ସ୍ୱେଟର୍ ବଣ୍ଟନ କରାଯାଇଛି I କାର୍ଯ୍ୟକ୍ରମରେ ସରପଞ୍ଚ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସୁପରଭାଇଜର ରଞ୍ଜିତା ଦଳେଇ ଏବଂ ସ୍ଥାନୀୟ ୱାର୍ଡ଼ ମେମ୍ବର ହରିକୃଷ୍ଣ ସ୍ଵାଇଁ ଯୋଗ ଦେଇ ଶିଶୁଙ୍କୁ ଜୋତା ଓ ପୋଷାକ ବିତରଣ କରିଥିଲେ I ଗାଙ୍ଗପୁର ଏକ ନମ୍ବର୍ ଅଙ୍ଗନୱାଡ଼ି କେନ୍ଦ୍ରର 30 ଜଣ ଶିଶୁଙ୍କୁ, ଦୁଇ ନମ୍ବର୍ ଅଙ୍ଗନୱାଡ଼ି କେନ୍ଦ୍ରର 25 ଜଣ ଶିଶୁଙ୍କୁ, ତିନି ନମ୍ବର୍ କେନ୍ଦ୍ରର 32 ଜଣ ଶିଶୁଙ୍କୁ ଏବଂ ଚାରି ନମ୍ବର୍ କେନ୍ଦ୍ରର 28 ଜଣ ଶିଶୁଙ୍କୁ ପୋଷାକ,ଜୋତା ଏବଂ ସ୍ୱେଟର୍ ବଣ୍ଟନ କରାଯାଇଥିଲା I ଅଙ୍ଗନୱାଡ଼ି ରଞ୍ଜିତା ବିଷୋୟୀ, କବିତା ସାହୁ, ଗୀତାଞ୍ଜଳି ଗୌଡ଼ ଏବଂ ତ୍ରିପୁରା ମୋହିନୀ ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଚାରି କେନ୍ଦ୍ରର ସହାୟିକା ମାନେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ