ଗାଙ୍ଗପୁର ପୋଲିସର ଆତଙ୍କବାଦୀ ବିରୋଧି ଦିବସ ପାଳିତ

ଗାଙ୍ଗପୁର , ( ଯୁଗାବ୍ଦ ନ୍ୟୁଜ ) : ସାରା ଭାରତରେ ମେ ୨୧ ତାରିଖକୁ ଆତଙ୍କବାଦୀ ବିରୋଧି ଦିବସ ରୁପେ ପାଳନ କରାଯାଏ । ଏହି ପରିପ୍ରେକ୍ଷିରେ ଗଞ୍ଜାମ ଏସପିଙ୍କ ନିର୍ଦେଶ କ୍ରମେ ଗାଙ୍ଗପୁର ପୋଲିସ ତରଫରୁ ଗାଙ୍ଗପୁର ଥାନା ପରିସରରେ ଆତଙ୍କବାଦୀ ଦିବସ ବିରୋଧି ଦିବସ ପାଳନ କରାଯାଇଛି ।ଏହି ବିରୋଧି ଦିବସ ଅବସରରେ ଗାଙ୍ଗପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଥାନା ର ସମସ୍ତ ସଦସ୍ୟ ଆତଙ୍କବାଦୀଙ୍କୁ ଦୃଢ ହସ୍ତରେ ଦମନ କରିବା ପାଇଁ କୈାଣସି ପରିସ୍ଥିତିରେ ଆତଙ୍କବାଦୀ ବିରୋଧରେ ସଂଗ୍ରାମ ଜାରୀ ରଖିବା ଓ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ଶପଥ ନେଇଥିଲେ । ଥାନାର ସମସ୍ତ ସବ୍ ଇନ୍ସପେକ୍ଟର , ଏ .ଏସ,ଆଇ କନେଷ୍ଟବଳ ,ଏ ଏସ୍ଆଇ ,କନେଷ୍ଟବଳ ସମେତ ସମସ୍ତ ହୋମ ଗାର୍ଡ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ