ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ପିତୃମାତୃ ସମ୍ମିଳନୀ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଏକ ପିତୃମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ରଶ୍ମିତା ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ସସ୍ମିତା କୁମାରୀ ମାଝୀ, ସମ୍ପାଦକ ସୀମାଞ୍ଚଳ ପୃଷ୍ଟି, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ଅବସରପ୍ରାପ୍ତ ବିଦ୍ୟାଳୟ ପରିଦର୍ଶକ ଗୌରାଙ୍ଗ ରଣା, ସମାଜସେବୀ ଦିବାକର ବିଷୋୟୀ, ନିତ୍ୟାନନ୍ଦ ବିଷୋୟୀ ପ୍ରମୁଖ ମଞ୍ଚାସୀନ ରହିଥିଲେ I ଆଜିର ବୈଠକରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଏବଂ ସହ ଶୈକ୍ଷିକ କାର୍ଯ୍ୟକ୍ରମ ସହିତ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା I ଆଗାମୀ ବାର୍ଷିକ ପରୀକ୍ଷା ସକାଶେ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯିବା ସହିତ ଆଗାମୀ ନାମଲେଖା ଋତୁରେ ବିଦ୍ୟାଳୟରେ ଅଧିକ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା I ଏହି ଅବସରରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଅନୁଷ୍ଠାନର ଛାତ୍ର ଆକାଶଦୀପ୍ ସ୍ୱାଇଁ ଏବଂ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ରିତିକା ଗୌଡ଼ଙ୍କୁ ଟ୍ରଫି ଏବଂ ମାନପତ୍ର ଦେଇ ବିଦ୍ୟାଳୟ ତରଫରୁ ସମ୍ମାନୀତ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶିକ୍ଷକ ମିଥୁନ ନାୟକ, ଗଣେଶ ସାହୁ,ପବିତ୍ର ବିଷୋୟୀଙ୍କ ସମେତ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ I