ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ରେ ଉତ୍କଳ ଦିବସ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ମହାସମାରୋହରେ ଉତ୍କଳ ଦିବସ ପାଳିତ ହୋଇଯାଇଛି I ଅନୁଷ୍ଠାନର ସଭାପତି ନୀଳମଣି ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ,ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର ବିଷୋୟୀ,ରଙ୍କନିଧି ବିଷୋୟୀ,ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଉତ୍କଳ ଦିବସର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ I ଏହା ସହିତ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଫଳ, ନୂତନ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ, ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତିକରଣ, ବିଭିନ୍ନ ସମସ୍ୟାର ଆଶୁ ସମାଧାନ ଦିଗରେ ଆଲୋଚନା କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ଯା ସସ୍ମିତା ମାଝି ସଂଯୋଜନା କରିଥିଲେ I ଗୁରୁଜୀ ଗଣେଶ ସାହୁ ଅତିଥି ସ୍ୱାଗତ କରିଥିବା ବେଳେ ଗୁରୁଜୀ ବିଶ୍ୱ ରଂଞ୍ଜନ ଧନ୍ଯବାଦ ଅର୍ପଣ କରିଥିଲେ। ଗୁରୁଜୀ ମିଥୁନ୍ ନାଇକ ଚଳିତ ଶିକ୍ଷା ବର୍ଷରେ ବିଦ୍ଯାଳୟ ପାଇଁ ପ୍ରଶଂସା ଆଣିଦେଇଥିବା ଛାତ୍ରଛାତ୍ରୀ ମାନଙ୍କର ନାମ, ପରିଚୟ ସମ୍ପର୍କରେ ବିବରଣୀ ପଠନ କରିଥିଲେ। ଏହି ଅବସରରେ ଆଗକୁ ଉତ୍ତମ ଛାତ୍ର ଗଠନ କରି ସେମାନଙ୍କ ଚଲାପଥରେ ପୁଷ୍ପ ବୃଷ୍ଟି କରିବେ ବୋଲି ସମସ୍ତ ଗୁରୁଜୀ ଗୁରୁମା ଶପଥ ନେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ