ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଜ୍ଞାନ ବିଜ୍ଞାନ ମେଳା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଜାତା କୁମାରୀ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିବା ବେଳେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ,ପରିଚାଳନା କମିଟି ସଦସ୍ୟ ଦିବାକର ବିଷୋୟୀ, ଶିକ୍ଷକ ତଥା ବେଲଗୁଣ୍ଠା ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ I ବିଜ୍ଞାନ ମେଳାର ବିଚାରକ ରୂପେ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନିତ୍ କୁମାର ଜେନା, ସତ୍ୟନାରାୟଣ ପ୍ରଧାନ ଏବଂ ବାଙ୍ଗରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବସୁପ୍ରଦ ତ୍ରିପାଠି ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ କନିଷ୍ଠ ବର୍ଗ ଏବଂ ବରିଷ୍ଠ ବର୍ଗ ଭିତ୍ତିରେ ମୋଟ ପଚିଶିଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା I କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନରେ ରିତିକା ଗୌଡ଼, ଦ୍ୱିତୀୟ ସ୍ଥାନରେ ଚନ୍ଦନ କୁମାର ବିଷୋୟୀ ଏବଂ ତୃତୀୟ ସ୍ଥାନରେ ଅନ୍ୱେଷା ଆନନ୍ଦିତା ସ୍ୱାଇଁ ପୁରସ୍କୃତ ହୋଇଥିବା ବେଳେ ବରିଷ୍ଠ ବିଭାଗରେ ହରିଓଁ ଗୌଡ଼,ଶୁଭଙ୍କର ବିଷୋୟୀ ଏବଂ ଶୁଭଙ୍କର ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନ ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗୁରୁଜୀ ଗଣେଶ ସାହୁ, ପବିତ୍ର ମୋହନ ବିଷୋୟୀ,ବିଶ୍ୱରଞ୍ଜନ, ମିଥୁନ୍ ନାୟକ, ଦେବାଶିଷ୍, ଗୁରୁମା ରୀନା,ପ୍ରତିମା, ସୁଜାତା, ସନ୍ତୋଷୀ,ମିତାଲି, ତେଜ୍, ଜ୍ୟୋତ୍ସ୍ନା,ସୁଜ୍ଞାନୀ,ବୈଶାଖୀ, ବୈଷ୍ଣବୀ,ଆରତୀ, ଝାନ୍ସୀ ପ୍ରମୁଖ ସହଯୋଗ କରିଥିଲେ I ଗୁରୁଜୀ ମିଥୁନ୍ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ I