ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଜ୍ଞାନ ବିଜ୍ଞାନ ମେଳା

ଗାଙ୍ଗପୁର, (ସନ୍ତୋଷ କୁମାର ବିଷୋଇ):କୁନି କୁନି ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରା ଏବଂ ସ୍କିଲ୍ ଇଣ୍ଡିଆର ଚିନ୍ତାଧାରା ଉଦ୍ରେକ କରିବାପାଇଁ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଚଳିତ ବର୍ଷର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ରୂପେ ମାନ୍ୟବର ସୋରଡ଼ା ବିଧାୟକ ତଥା ଅନୁଷ୍ଠାନ ସଭାପତି ନୀଳମଣି ବିଷୋୟୀ ଯୋଗ ଦେଇ ଜ୍ଞାନ ବିଜ୍ଞାନ ମେଳାର ଶୁଭ ଉଦ୍ଘାଟନ କରିଥିଲେ I ଛାତ୍ରଛାତ୍ରୀ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ତାହାର ବିଜ୍ଞାନ ଭିତ୍ତିକ ସତ୍ୟତାକୁ ଜାଣିବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ବିଷୋୟୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I ସେହିପରି ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଯୋଗଦେଇ ଜ୍ଞାନ ବିଜ୍ଞାନ ମେଳା ଛାତ୍ରଛାତ୍ରୀଙ୍କ ମନରେ ଗଠନାତ୍ମକ ଦକ୍ଷତା ବୃ୍ଦ୍ଧି କରିଥାଏ ବୋଲି କହିଥିଲେ I ଅନୁଷ୍ଠାନ ସମ୍ପାଦକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଜାତା କୁମାରୀ ପଣ୍ଡା, ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସପନ କୁମାର ଜେନା ପ୍ରକଳ୍ପ ନୀରିକ୍ଷକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ I କାର୍ଯ୍ୟକ୍ରମର କନିଷ୍ଠ ବିଭାଗରେ ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 37 ଜଣ ଛାତ୍ରଛାତ୍ରୀ ଏବଂ ବରିଷ୍ଠ ବିଭାଗରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 22 ଜଣ ଛାତ୍ରଛାତ୍ରୀ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ I କନିଷ୍ଠ ବିଭାଗରେ ପଞ୍ଚମ ଶ୍ରେଣୀ ଛାତ୍ର ଆଦର୍ଶ ସାହୁ, ଚତୁର୍ଥ ଶ୍ରେଣୀ ଛାତ୍ର ଶ୍ରୀରାମ ବିଷୋୟୀ, ତୃତୀୟ ଶ୍ରେଣୀ ଛାତ୍ରୀ ଅନ୍ୱେଷା ଆନନ୍ଦିତା ସ୍ୱାଇଁ ଏବଂ ବରିଷ୍ଠ ବିଭାଗରେ ଷଷ୍ଠ ଶ୍ରେଣୀରୁ ସୀମରନ୍ ସାହୁ, ଅଷ୍ଟମ ଶ୍ରେଣୀରୁ ଆୟୂଷ୍ମାନ ,ସପ୍ତମ ଶ୍ରେଣୀର ଆୟୁଷ କୁମାର ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ Iପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ନେତୃତ୍ୱରେ ଗୁରୁଜୀ ଗଣେଶ ସାହୁ,ପବିତ୍ର ମୋହନ ବିଷୋୟୀ,ମିଥୁନ୍ ନାଇକ, ବିଶ୍ୱରଞ୍ଜନ, ଶିବରାମ ସ୍ବାଇଁ,ଦେବାଶିଷ ବିଷୋୟୀ,ଗୁରୁମା ରିନା ସାହୁ,ପ୍ରତିମା ବିଷୋୟୀ,ସନ୍ତୋଷିନୀ ଗୌଡ,ସୁଗ୍ଯାନୀ ପଟ୍ଟନାୟକ,ଜ୍ୟୋସ୍ନା ପ୍ରଧାନ,ବୈଶାଖୀ ବେହେରା,ରାଜକୁମାରୀ ସେଠୀ,ସନ୍ତୋଷୀ ଗୌଡ,ତେଜ କୁମାରୀ ବେହେରା,ଝାନସୀ ଭୂୟାଁ,ଆରତୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ I ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ