ଗାଜଲବାଡ଼ି ଘାଟିରେ ଅଟକିଲା ଗାଡ଼ି, ପ୍ରବଳ ବର୍ଷାରେ ଯାତ୍ରୀ ହଇରାଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଗୋପାଳପୁର ଠାରୁ ରାୟପୁର କୁ ଯାଇଥିବା ୫୯ ନଂ.ଜାତୀୟ ରାଜପଥର କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଏକ ୧୪ ଚକିଆ ଟ୍ରକ୍‌ ବୁଲାଣି ଘାଟିରେ ଅଟକି ରହିଯିବାରୁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବ୍ରହ୍ମପୁରରୁ ବାଲିଗୁଡା, ଦାରିଙ୍ଗବାଡ଼ି କୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଘାଟି ଉପରେ ଏକାଧିକ ଯାତ୍ରୀବାହୀ ବସ୍‌ ସମେତ ପରିବା ନେଇ ଯାଉଥିବା ଗାଡି ଗୁଡିକ ଘାଟିର ଦୁଇ ପାର୍ଶ୍ୱରେ ଅଟକି ରହିଛି। ଗୋଟିଏ ପଟେ ଘାଟିରେ ପ୍ରବଳ ବର୍ଷା ପାଇଁ ଅଟକିଥିବା ଟ୍ରକକୁ ବୁଲାଣି ରାସ୍ତାରୁ ହଟାଯାଇପାରିନି।ଅନ୍ୟ ପଟେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଉକ୍ତ ଘାଟି ରାସ୍ତା ଆରମ୍ଭ ହେଉଥିବା ଉଭୟ ଗାଜଲବାଡି ଏବଂ ଦାରିଙ୍ଗବାଡ଼ି ପଟୁ ଭାରୀଯାନ ନେବା ପାଇଁ ବାରଣ କରାଯାଇ ବଡ଼ ହୋର୍ଡିଂ ଲଗାଯାଇଛି ହେଲେ ଏହାକୁ କେହି ଖାତିର କରୁ ନ ଥିବା ବେଳେ ଜାତୀୟ ରାଜପଥ ବିଭାଗ କେବଳ ହୋର୍ଡିଂ ଲଗାଇ ଚୁପ୍‌ ବସିଥିବାରୁ ଅନେକ ସମୟରେ ଭାରୀଯାନ ଗୁଡ଼ିକ ଘାଟିରାସ୍ତାରେ ବୁଲାଣି ବୁଲାଇ ନ ପାରି ଫସି ରହୁଛନ୍ତି। ଫଳରେ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀବାହୀ ବସ୍‌ ସମେତ ଛୋଟବଡ ଗାଡ଼ି, କାର୍‌ ଚାଳକ ସମସ୍ୟା ଭୋଗୁଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ ପଦାଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ