ଗାଡ଼ି ଧକ୍କାରେ କଲେଜ୍ ଛାତ୍ରୀ ମୃତ
ଚୌଦ୍ୱାର,(ଦୀପକ୍ କୁମାର ବେଉରା): କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଭଟିମୁଣ୍ଡ ଗାଁ ରାସ୍ତାରେ ଜଣେ କଲେଜ ଛାତ୍ରୀଙ୍କ ଦୃଘଟଣା ରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଜଗତପୁର କଲେଜ ରୁ ncc class ସାରି ନିଜ ଘର ଟିକରାକୁ ଫେରୁଥିବା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକ କଲେଜ ଛାତ୍ରୀ ଙ୍କୁ ଧକା ଦେଇ ଥିଲା । ଘଟଣାସ୍ଥଳରେ ଛାତ୍ରୀର ମୃତୁ ଘଟିଛି । ଏନେଇ ଗ୍ରାମବାସୀ ଓ ପରିବାର ଲୋକେ ଘଟଣା ସ୍ଥଳରେ ଉପସ୍ଥିତ ହୋଇ କ୍ଷତିପୂରଣ ପତିବାଦରେ ରାସ୍ତା ଅବରୋଧ କରିବା ସହ ଭଙ୍ଗାରୁଜା କରୁଥିବା ଦେଖାଦେଇଛି। ଅନ୍ୟ ପକ୍ଷରେ ଟାଙ୍ଗି ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଂଚି ସାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରୟାସ ଜାରି ରଖିଛି। ଛାତ୍ରୀ ଜଣଙ୍କ ଦେବସ୍ମିତା ସାହୁ ଘର ଟିକରା ବୋଲି ଜଣାପଡିଛି।ଅନ୍ୟ ପକ୍ଷରେ ଏହି ରାସ୍ତା ଗ୍ରାମାଞ୍ଚଳ ର ୪୦ ଟି ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ରାସ୍ତାରେ ବେଆଇନ ବାଲି ଓ ସିମେଣ୍ଟ ଗାଡି ଅବାଧ ଚାଲୁଥିବାରୁ ଏହି ଭଳି ଘଟଣା ଘଟିଛି। ଆଗାମୀ ଦିନରେ ଯଦି ଏଥି ପ୍ରତି ପ୍ରଶାସନ ଧ୍ୟାନ ନ ଦିଏ ରାଜରାସ୍ତା ଅବରୋଧ କରିବେ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।


